ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ସେମିଫାଇନାଲ ରେସରୁ ବାଦ ପଡିଛି ଦକ୍ଷିଣ ଆଫ୍ରିକା । ଗତକାଲି ପାକିସ୍ତାନଠାରୁ ହାରିଲା ପରେ ଯୋଗ୍ୟତା ହରାଇଛି ଦକ୍ଷିଣ ଆଫ୍ରିକା । ସବୁବେଳେ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଥିବା ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ ଆରମ୍ଭରୁ ନୈରାଶ୍ୟ ଜନକ ଖେଳ ଖେଳୁଛି । ଯାହାକି କ୍ରିକେଟ ପ୍ରେମୀଙ୍କୁ ବହୁତ ନିରାଶ କରିଛି । ୭ଟି ମ୍ୟାଚରୁ ଦଳ ମାତ୍ର ଗୋଟିଏ ଜିତିଥିବା ବେଳେ ୫ଟି ହାରିଛି । ଏବଂ ଗୋଟିଏ ଫଳାଫଳ ଶୂନ୍ୟ ହୋଇଛି ।
ବିଶ୍ୱକପ୍ ୨୦୧୯ର ୩୦ତମ ମ୍ୟାଚ୍ରେ ରବିବାର ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ୪୯ ରନ୍ରେ ପରାସ୍ତ କରିଛି। ପାକିସ୍ତାନୀ ବୋଲରଙ୍କ ସମ୍ନା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ ହରାଇ ୨୫୯ ରନ୍ ସଂଗ୍ରହ କରିଛି। ସଦାବ ଖାନ୍ ୧୦ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ ଦେଇଥିଲେ। ସେ ୫୦ ରନ ଖର୍ଚ୍ଚ କରି ୩ଟି ଓ୍ଵିକେଟ୍ ନେଇଥିଲେ। ଅନ୍ୟପଟେ ଓ୍ଵାହାବ ରିଆଜ ୧୦ ଓଭରରେ ୪୬ ରନ୍ ଦେଇ ୩ଟି ଓ୍ଵିକେଟ ନେଇଛନ୍ତି ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ବିସ୍ଫୋରକ ବ୍ୟାଟିଂ କରିଥିଲା। ଲଣ୍ଡନର ଲଡର୍ସରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ସବୁ ବୋଲରଙ୍କୁ ପାକିସ୍ତାନୀ ବ୍ୟାଟସ୍ମ୍ୟାନ୍ ଚ୍ୟାଲେଞ୍ଜ କରିଛନ୍ତି। ପୂରା ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୩୦୮ ରନ୍ କରିଥିଲା।