ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ଶରୀରର ତାପମାତ୍ର ମାପିବା ପାଇଁ ପ୍ରଥମ ସ୍ମାର୍ଟବ୍ୟାଣ୍ଡ ଭାରତରେ ଲଞ୍ଚ ହୋଇଛି । ଏହାକୁ କ୍ୟାଲିଫୋର୍ନିୟାର ଟେକ୍ କମ୍ପାନୀ ଗୋକ୍ୱିି ଆଣିଛି । ଏହା Goqii Vital 3.0 ନାମରେ ବଜାରରେ ଲଞ୍ଚ କରାଯାଇଛି । ଏହି ଫିଟନେସ୍ ବ୍ୟାଣ୍ଡ ଶରୀରର ତାପମାତ୍ରାକୁ ଟ୍ରାକ କରିବାରେ ସକ୍ଷମ । ଏହାବ୍ୟତିତ କମ୍ପାନୀର କହିବାନୁଯାୟୀ ଏହି ବ୍ୟାଣ୍ଡ କୋଭିଡ୧୯ ପ୍ରାଥମିକ ଲକ୍ଷଣକୁ ଟ୍ରାକ କରିବାରେ ସହାୟକ ହେବ । କାରଣ ଅଚାନକ୍ ଶରୀରର ତାପାମାତ୍ରା ବଢିଯିବା କୋଭିଡ ୧୯ର ପ୍ରାଥମିକ ଲକ୍ଷଣ ।
ଗୋକ୍ୱି ର ଭିଟାଲ ୩.୦ ଫିଟନେସ ବ୍ୟାଣ୍ଡ ରକ୍ତ ଚାପ, ବ୍ଲଡ ଗ୍ଲକୋଜ୍ ଏବଂ ଏଚବିଏ୧ କୁ ଡିଟେକ୍ଟ କରି ପାରିବ । ଆପଲ ବ୍ୟାଣ୍ଡ ଭଳି ଏହି ବ୍ୟାଣ୍ଡରେ ଇସିଜି କୁ ଡିଟେକ୍ଟ କରିବାର ଫୀଚର ବି କିଛି ଦିନ ମଧ୍ୟରେ ଅପଡେଟ ଜରିଆରେ ସାମିଲ କରାଯିବ ।
ଗୋକ୍ୱି ଭିଟାଲ ୩.୦ ଫିଟନେସ୍ ବ୍ୟାଣ୍ଡ କେବଳ ସ୍କିନ୍ ଟଚ୍ ଦ୍ୱାରା ହିଁ ଶରୀର ତାପମାତ୍ରା ରେକର୍ଡ କରିବାରେ ସକ୍ଷମ ଏବଂ ଏଥି ପାଇଁ କେବଳ ଏକ ମିନିଟ୍ ସମୟ ଲାଗିବ ।
ଏହି ଫିଟନେସ୍ ବ୍ୟାଣ୍ଡର ଦାମ୍ ଭାରତରେ ଏବେ ୩୯୯୯ ରହିଛି । ବର୍ତ୍ତମାନ ଏହା Goqii ଇଣ୍ଡିଆ ୱୋବସାଇଡରେ ପ୍ରିବୁକ୍ ପାଇଁ ଉପଲବ୍ଧ ।