ଅନୁଗୁଳ(ଏଟିଆର ବ୍ୟୁରୋ): ଅନୁଗୁଳ ସହରର ମଧ୍ୟ ଭାଗରେ ଥିବା ସୁନାସଗଡ ପାହାଡର ଏକ ପାଶ୍ୱର୍ରେ ବୁଢ଼ୀ ଠାକୁରାଣୀ ମନ୍ଦିର ଅବସ୍ଥିତ । ଏବଂ ଏହି ପାହାଡର ଅନ୍ୟ ପାଶ୍ୱର୍ରେ ଜଗନ୍ନାଥ ମନ୍ଦିର ରହିଛି । ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି କଳା ମୁଗୁନୀ ପଥରରେ ନିର୍ମାଣ କରାଯାଇଛି । ଯାହା ଦେଖିବାକୁ ଏକ ସ୍ତମ୍ବ ଆକୃତିର ।
ଏହି ମନ୍ଦିର ଆଦିବାସୀ ସଂସ୍କୃତିର ବୁଢ଼ା ବୁଢ଼ୀ ପୂଜା ପ୍ରଣାଳୀର ପ୍ରତିକ ଅଟେ । କନ୍ଧ ଶାସକ ଏହି ବୁଢ଼ୀ ଠାକୁରାଣୀଙ୍କୁ ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ । ଏହି ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିଲା । ୧୮୪୮ରେ ଅନୁଗୁଳ ଜିଲ୍ଲା ବିଟ୍ରିଶ ସାମ୍ରାଜ୍ୟ ଅଧିନରେ ଆସିଥିଲା ଏବଂ ୧୮୬୯ରେ ସେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ପୂର୍ଣ୍ଣଗଡାରୁ ନୂଆଗଡକୁ ସ୍ଥାନାନ୍ତରିତ କରିଦେଇଥିଲେ । ଏବଂ ଅନୁଗୁଳ ସହରର ଯୋଜନା ପ୍ରସ୍ତୁତ କରିଥିଲେ । ସେଠାକାର ଲୋକମାନଙ୍କ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିଲା । ଏବଂ ଜଙ୍ଗଲ ସଫା କରାଯାଇଥିଲା । ସେହି ସମୟରେ ନଜରକୁ ଆସିଥିଲା ମୁଗୁନି ପଥରରେ ନିର୍ମିତ ବୁଢ଼ୀ ଠାକୁରାଣୀ ସ୍ତମ୍ବ । ସେହିଦିନ ଠାରୁ ଏହି ସ୍ଥାନରେ ଅଧ୍ୟାତ୍ମ୍ୟ ଦେବୀଙ୍କ ରୂପରେ ବୁଢ଼ୀ ଠାକୁରାଣୀଙ୍କୁ ପୂଜା କରାଯାଉଛି ।
୧୯୫୬ରେ ଅନୁଗୁଳକୁ ଏକ ସନ୍ଥ ଆସି ଏହି ଶକ୍ତି ପୀଠ ଭ୍ରମଣ କରିଥିଲେ । ଏବଂ ଦେବୀଙ୍କର ଏହି ମୂର୍ତ୍ତି ଦେଖିବା ପାଇଁ ବିମୋହିତ ହୋଇଥିଲେ । ଏହି ମୂର୍ତ୍ତି ଭିତରେ କ’ଣ ଅଛି ଜାଣିବା ପାଇଁ ସନ୍ଥ ଜଣଙ୍କ ଇଚ୍ଛା କରିଥିଲେ । ପୁଣି କିଛି ଜିନିଷ ଖୋଜିବା ଆଳରେ ଏହି ମୂର୍ତ୍ତିର ପଛପଟ ଖୋଳିବା ପାଇଁ ପ୍ରୟାଶ କରିଥିଲେ । କିନ୍ତୁ ତାଙ୍କୁ କିଛି ମିଳିନଥିଲା ସେ ସେହି ସ୍ଥାନରୁ ଫେରି ଆସିଥିଲେ । ନିଶ୍ଚିତ ରୂପରେ ସେହି ଖୋଦନ ହୋଇଥିବା ସ୍ଥାନ ପରିପୂର୍ଣ୍ଣ ହୋଇ ସେଠାରେ ସିଂହର ମୂର୍ତ୍ତି ରଖାଯାଇଥିଲା । ଏବେ ଏହି ବୁଢ଼ୀ ଠାକୁରାଣୀ ମନ୍ଦିର ଅନୁଗୁଳ ସହର ସମେତ ଜିଲ୍ଲାରେ ପ୍ରସିଦ୍ଧ ।
ପ୍ରତିଦିନ ହଜାରରୁ ଉର୍ଦ୍ଧ ଭକ୍ତ ଏହି ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଅସିଥାନ୍ତି । ଅନୁଗୁଳର ପ୍ରତ୍ୟେକ ଘରେ ଘରେ ବୁଢ଼ୀ ଠାକୁରାଣୀଙ୍କୁ ଇଷ୍ଟ ଦେବୀ ରୂପେ ପୂଜା କରାଯାଉଛି ।
Muna pradhan
He maaaa