ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୬୦ ଦିନିକିଆ ଅମରନାଥ ଯାତ୍ରା ରବିବାର ଶାନ୍ତିପୂର୍ବକ ଭାବେ ସଂପନ୍ନ ହୋଇଯାଇଛି । ଚଳିତ ବର୍ଷ ଅଢେଇ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଅମରନାଥଙ୍କୁ ଦର୍ଶନ କରିଛନ୍ତି । ଏହି ଯାତ୍ରା ଗତ ଜୁନ୍ ୨୮ରୁ ଆରମ୍ଭ ହୋଇଥିଲା ।
ଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଭକ୍ତ ଏହି ଗୁମ୍ଫାରେ ଥିବା ଶିବଲିଙ୍ଗକୁ ଦର୍ଶନ କରିଥିଲେ ।
କଡା ସୁରକ୍ଷା ଯୋଗୁଁ ଚଳିତ ବର୍ଷର ଯାତ୍ରା ଶାନ୍ତିପୂର୍ବକ ସଂପନ୍ନ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ୭୦ ହଜାରରୁ ଉର୍ଦ୍ଧ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।
ଭୁସ୍ଖଳନରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟତୀତ ଆଉ କୌଣସି ପ୍ରକାର କ୍ଷତି ହୋଇନଥିଲା ।