ଗଞ୍ଜାମ (ଏଟିଆର ବ୍ୟୁରୋ ) ; ପୁଣି କଏଦୀ ମାରିଲା ଚମ୍ପଟ । ଜେଲ କର୍ମଚାରୀଙ୍କୁ ଧକ୍କା ମାରି ଖସି ପଳାଇଲା କଏଦୀ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଜେଲ ରେ ଘଟିଛି । କୋଦଳା ଜେଲ ଗେଟରେ ଜଗିଥିବା ଜଣେ କର୍ମଚାରୀଙ୍କୁ ଆଜି ଜଣେ କଏଦୀ ଧକ୍କା ମାରି ଖସି ପଳାଇଯାଇଥିବା ଜଣାପଡିଛି । ତେବେ ଖସି ପଳାଇ ଯାଇଥିବା କଏଦୀଙ୍କ ନାମ ସନ୍ତୋଷ ବେହେରା ବୋଲି ଜଣାପଡିଛି । ଗତ ସେପ୍ଟେମ୍ବର ୧ ତାରିଖରେ ଏକ ଡକାୟତୀ ମାମଲାରେ ସନ୍ତୋଷଙ୍କ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ସନ୍ତୋଷଙ୍କୁ କୋଦଳା ଜେଲରେ ରଖାଯାଇଥିଲା । ସେ ଆଜି ଦିନ ୧୧ ଟା ବେଳେ ଜେଲର ଗେଟରେ ଜଗିଥିବା ଜଣେ କର୍ମଚାରୀଙ୍କୁ ଧକ୍କା ମାରି ଖସି ପଳାଇଥିଲେ । ସେପଟେ ସନ୍ତୋଷଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ପୋଲିସ । ତେବେ ଏ ଯାଏଁ ସନ୍ତୋଷଙ୍କୁ ଧରାଯାଇନଥିବା ଜଣାପଡିଛି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024