ଭୁବନେଶ୍ୱର,୭ା୨/(ଏକ୍ସକ୍ଲ୍ୟୁସିଭ୍): ଭଲଭାବେ ଦେଖନ୍ତୁ ଫଟୋଟିକୁ । ଏ ହେଉଛି ଫଟୋ ନମ୍ବର-୨ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାଇରାଲ ଫଟୋ ଆଉ କାହାର ନୁହେଁ, ହେଉଛି ଖୋଦ୍ ସେହି ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅର । ଯାହା ଏବେ ହ୍ୱାଟ୍ସଆପ୍ ଟୁ ହ୍ୱାଟ୍ସଆପ୍ ଘୁରି ବୁଲୁଛି ।
ତେବେ ଏହାର ପ୍ରଥମ ସୁରାକ୍ ପାଇଥିଲା ଏଟିଆର୍ ନ୍ୟୁଜ୍ । ଜଣେ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ଆମେ ଏଥିପାଇଁ ଲଗାତାର୍ ଖବର ପ୍ରକାଶ କରିଚାଲିଛୁ କି’ ଭାଇରାଲ କରିଥିବା ଦୁର୍ବୃ୍ତ୍ତକୁ ଉଚିତ୍ ଶାସ୍ତି ମିଳୁ । ନିକଟ ଭବିଷ୍ୟତରେ ଅନେକ ଭାଇରାଲ ଘଟଣା ସାମ୍ନାକୁ ଆସିଛି । କେତେକ ଘଟଣାରେ ପୁଲିସ ମୁହଁ ମୋଡିଥିବା ବେଳେ ଅନେକ ଘଟଣାରେ ଗଣମାଧ୍ୟମ ଚାପରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଅଣ୍ଟା ଭଡିଛି ।
ଏପରିସ୍ଥଳେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅ ଫଟୋ ଭାଇରାଲ ହେବା ପରେ ଅପେକ୍ଷା ପୁଲିସ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି? ସେପଟେ ଏହି ଘଟଣାର ଖୋଳତାଡ୍ରୁ ଜଣାପଡିଛି ପୂରା ଘଟଣା ଘଟିଛି ରାଜଧାନୀର ଏକ ହୋଟେଲରେ । ପୂର୍ବତନ ପ୍ରେମିକ ଏଥିରେ ସମ୍ପୃକ୍ତ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ତେବେ ଘଟଣାର ସତ୍ୟସତ୍ୟ କେତେ ରହିଛି ତାହାର ତଦନ୍ତ କରାଗଲେ ଭାଇରାଲ କରୁଥିବା ଦୁର୍ବୃତ୍ତ ଉଚିତ୍ ଶାସ୍ତି ମିଳିବ ବୋଲି ମତ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଅନ୍ୟକୁ ଠିକ୍ ଭୁଲ୍ର ବାଟ ଦେଖାଉଥିବା ଖୋଦ୍ ପୁଲିସବାବୁଙ୍କ ଝିଅର ଏଭଳି ଫଟୋ ଏବେ ଆଲୋଚନାର ଖୋରାକ୍ ଯୋଗାଇଛି ।