ଆଠଗଡ (ଏଟିଆର ବ୍ୟୁରୋ): ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢି ଚାଳିଛି । କେତେବେଳେ ହାତୀ ପଲ ରାସ୍ତାରେ ଅଟକି ରହୁଛନ୍ତି ତ ଆଉ କେତେବେଳେ ଗାଁ ଗଣ୍ଡାରେ ପସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି । ପୁଣି ଏକ ହାତୀ ପଲ ରାସ୍ତା ଉପରକୁ ଉଠି ଆସିଛନ୍ତି । ଏଭଳି ଦୃଶ୍ୟ ଆଠଗଡ ଖୁଣ୍ଟୁଣି ରେଞ୍ଜ ବଉଳ-ସାରକୋଳିରେ ଦେଖିବାକୁ ମିଳିଛି ।
ଆଜିୁ ସକାଳୁ ଏହି ହାତୀ ପଲ ଜଙ୍ଗଲ ପାର ହୋଇ ରାସ୍ତା କଡରେ ଦିଆଯାଇଥିବା ସୋଲର ବାଡ ଭାଙ୍ଗି ରାସ୍ତାରେ ବୁଲୁଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
ରାସ୍ତା ଉପରୁ ହାତୀ ପଲଙ୍କୁ ଘଉଡେଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।