ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଜରୁରୀ କାର୍ଯ୍ୟର ଉପାୟ ବର୍ଣ୍ଣିତ ହୋଇ ରହିଛି । ଯଦି ସେହି ଉପାୟ ଅବଲମ୍ବନ କରାଯାଏ ତେବେ ଲାଭପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଆପଣମାନେ ସକାଳ, ସନ୍ଧ୍ୟା କିମ୍ବା ଅନ୍ୟ ସମୟରେ ନିଶ୍ଚିତ ରୂପେ ସ୍ନାନ କରୁଥିବେ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏହାସହିତ ସ୍ନାନ କରିବା ସମୟରେ ପାଣିରେ ଚନ୍ଦନ ଏବଂ ହଳଦୀ ଭଳି ଶୁଭ ଜିନିଷ ପକାଇଲେ ପୂଣ୍ୟ ଲାଭ ହେବା ସହ ଖରାପ ସମୟରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ପାଣିରେ ଅନ୍ୟ କେଉଁ ଜିନିଷ ପକାଇ ସ୍ନାନ କରିବା ଦ୍ୱାରା ଲାଭପ୍ରାପ୍ତ ହେବ ।
ଚନ୍ଦନ: ରାତିରେ ଶୋଇବା ପୂର୍ବରୁ ଏକ ପାଣି ପାତ୍ରରେ ସାମାନ୍ୟ ଚନ୍ଦନ ପକାଇ ରଖି ଦିଅନ୍ତୁ । ସକାଳୁ ଏକ ବାଲ୍ଟି ପାଣିରେ ଏହି ଚନ୍ଦନ ପାଣି ମିଶାଇ ସ୍ନାନ କରନ୍ତୁ । ଏଭଳି କରିବା ଦ୍ୱାରା ପବିତ୍ରତା ବଢିଥାଏ ।
ହଳଦୀ: କୁହାଯାଏ ପାଣିରେ ହଳଦୀ ପକାଇ ସ୍ନାନ କରିବା ଉଚିତ୍ କାରଣ ଏଭଳି କରିବା ଦ୍ୱାରା ଗୁରୁ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ।
କର୍ପୂର: ଏକ ବାଲ୍ଟି ପାଣିରେ ୨ ରୁ ୩ଟି କର୍ପୂର ପକାଇ ସ୍ନାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । କର୍ପୂର ମହକରେ ଆଖପାଖରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ଗଙ୍ଗାଜଳ:ଯଦି ଆପଣ ପାଣିରେ ଗଙ୍ଗାଜଳ ପକାଇ ସ୍ନାନକ କରିବେ ତେବେ ଘରେ ଗଙ୍ଗାନଦୀରେ ସ୍ନାନ କରିବାର ପୂଣ୍ୟ ପ୍ରାପ୍ତି ହେବ ।
ଲୁଣ: ଲୁଣରେ ନକରାତ୍ମକତା ଗ୍ରହଣ କରିବାର ଶକ୍ତି ଥାଏ । ସେଥିଲାଗି ପାଣିରେ ସାମାନ୍ୟ ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା ସମସ୍ତ ନକରାତ୍ମକତା ନଷ୍ଟ ହୋଇଥାଏ ।