ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରେମ କରିବା ସମସ୍ତଙ୍କ ପାଇଁ ଏକ ଖାସ୍ ଅନୁଭୁତି । ଏହି ପ୍ରେମ ଶଦ୍ଧଟି ଅଢେଇ ଅକ୍ଷରର ହୋଇଥିଲେ ମଧ୍ୟ ଏହା ସହଜରେ ସମସ୍ତଙ୍କ ଭାଗ୍ୟରେ ନଥାଏ । କାରଣ ଅନେକ ଥର ଏହି ପ୍ରେମ ପାଇଁ ଧୋକା ଖାଇବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶିର ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରେମରେ ଧୋକା ଦେଇଥାନ୍ତି । ଆଜ୍ଞା ହଁ ଯେଉଁ ରାଶିର ଯୁବତୀଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ସେମାନେ ପ୍ରେମକୁ ଖେଳନା ଭାବିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ରାଶିର ଯୁବତୀଙ୍କ ବିଷୟରେ..
ବୃଷ ରାଶି –କୁହାଯାଏ ଏହି ରାଶିର ଯୁବତୀ ପ୍ରେମରେ ବହୁତ ବଡ ବଡ ବଶ୍ୱାସ ଦେଖାଇ ଥାନ୍ତି । କିନ୍ତୁ ସେମାନଙ୍କର ବଡ କାମ ହେଉଛି ଦେଇଥିବା ବିଶ୍ୱାସ ଭାଙ୍ଗିବା । ଏଭଳି ଯୁବତୀଙ୍କୁ ବିଲକୁଲ୍ ବିଶ୍ୱାସ କରିବା ଉଚିତ୍ ନୁହେଁ । ସର୍ବଦା ନିଜର ଫାଇଦା ପାଇଁ ଆଗକୁ ବଢିବା ସହ ନିଜ ପ୍ରେମକୁ ବଳି ପକେଇ ଦିଅନ୍ତି ।
ଧନୁ ରାଶି- ଏହି ରାଶିର ଯୁବତୀ ସ୍ୱଭାବରେ ସମ୍ବେଦନଶୀଳ ହୋଇଥାନ୍ତି । କିନ୍ତୁ ଭଲ ପାଇବା ପ୍ରସଙ୍ଗରେ ଏମାନଙ୍କୁ କଦାପି ବିଶ୍ୱାସ କରିହେବ ନାହିଁ । ଜ୍ୟୋତିଷଙ୍କ କହିବାନୁଯାୟୀ ଏମାନେ ସବୁଠାରୁ ଧୋକାବାଜ ହୋଇଥାନ୍ତି ।
ମୀନ ରାଶି- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଯୁବତୀ ଜୀବନରେ କଦାପି ଧୋକ୍କା ସହି ପାରନ୍ତି ନାହିଁ, କିନ୍ତୁ ଏମାନେ ଧୋକା ଦେବାରେ ମାହିର । ଏମାନେ ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରନ୍ତି । ଯଦି ପ୍ରେମ ପାଇଁ ଜୀବନରେ ବାଧା ଉପୁଜେ ତେବେ ଏମାନେ ପ୍ରେମକୁ ଅଧାବାଯରେ ଛାଡି ଦେଇଥାନ୍ତି ।