ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ଗୃହଋଣ ଉପରେ ଆସିବାକୁ ଯାଉଛି ଏକ ବଡଧରଣର ପରିବର୍ତ୍ତନ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତି ଅନୁଯାୟୀ, ଗୃହଋଣ ସୁଧହାରରେ ସ୍ୱଚ୍ଛତା ଆଣିବା ପାଇଁ ଏମିତି କିଛି ନିୟମ କରାଯିବାକୁ ନିଷ୍ପତି ନିଆଯାଇଛି । ଆଗାମୀ ଏପ୍ରିଲ ମାସରୁ ନୂଆ ବ୍ୟବସ୍ଥା ଓ ନିୟମ ଲାଗୁ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଗୃହଋଣ ବ୍ୟକ୍ତିଗତ ଋଣ ଉପରେ ସୁଧହାର ବ୍ୟାଙ୍କ ବଦଳରେ ବଜାର ସ୍ଥିର କରିବ । ଅର୍ଥାତ ବଜାର ଦର ଅନୁଯାୟୀ ଆପଣଙ୍କୁ ସୁଧଦେବାକୁ ପଡିବ । ଖାଲି ସେତିକି ନୁହେଁ, ସମସ୍ତ ବ୍ୟାଙ୍କ ଗୃହଋଣ ନେଇଥିବା ଗ୍ରାହକଙ୍କୁ ବେଂଚମାର୍କ ସହ ଲିଙ୍କ କରାଇବା ବାଧ୍ୟତାମୂଳକ ହେବ । ଏହି ବେଂଚମାର୍କରେ ଆରବିଆଇର ରେପୋ ରେଟ ଅନୁଯାୟୀ ସୁଧହାର ରହିବ । ଯଦି ରେପୋରେଟ ଖସିବ ତେବେ ବ୍ୟାଙ୍କ ଗୁଡିକୁ ମଧ୍ୟ ସୁଧହାର କମାଇବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏନଏସ୍ ବିଶ୍ୱନାଥନ ଏହି ସୂଚନା ଦେଇଛନ୍ତି ।