ଭଦ୍ରକ (ଏଟିଆର ବ୍ୟୁରୋ); ଚଳିତ ବର୍ଷ ଭଳି ଧାନ ଫସଲ ହୋଇଛି । ଚାଷୀ ଅମଳ ଆରମ୍ଭ କରିଦେଲେଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହିଁ । ଏଣୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସେପଟେ ବାହାର ରାଜ୍ୟର ଦଲାଲ ଆସି ଚାଷୀଙ୍କ ଠାରୁ ଧାନ କିଣିବା ଆରମ୍ଭ କରିଦେଲେଣି । ଫଳରେ ଚାଷୀ ଧାନର ଉପଯୁକ୍ତ ସହାୟକ ମୂଲ୍ୟ ୧୭୫୦ ନପାଇ ମାତ୍ର ଏକ ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଯାହାଦ୍ୱାର ଗୋଟେ କ୍ୱିଣ୍ଟାଲରେ ଚାଷୀ ସାତ ଶହ ଟଙ୍କା କ୍ଷତି ସହୁଛି । ଏଣୁ ଗରିବ ଚାଷୀଙ୍କ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ ଧାନ ମଣ୍ଡି ଖୋଲନ୍ତୁ ବୋଲି ଦାବି କରିଛନ୍ତି ।
ଏହି ମର୍ମରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କର ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନତଧି ଦଳରେ ପ୍ରାକ୍ତନ ଜିଲ୍ଳା ସଭାପତି ତଥା ବିଧାୟକ ନରେନ ପଲେଇ,ପିସିସି ସମ୍ପାଦକ ପ୍ରେମାନନ୍ଦ ନାୟକ,ଶୁଭେନ୍ଦୁ ରାୟମହାପାତ୍ରଏବଂ ଅନନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ତୁରନ୍ତ ଧାନ ମଣ୍ଡି ନଖୋଲିଲେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି ।