ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କ ତ୍ୱଚା ସମସ୍ୟା ଦେଖା ଦେଇଥାଏ । ଖାସ୍ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ଅଧିକ ନଜରକୁ ଆସେ । କାରଣ ସେମାନେ ନିଜ ଶରୀରକୁ ନେଇ ଏତେଟା ଚିନ୍ତିତ ରହିନଥାନ୍ତି । ଏହି କାରଣରୁ ଅଧିକ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଭୋଗିବାକୁ ପଡେ । ତ୍ୱଚା ଅଧିକ ଶୁଖିଯାଏ । ତେବେ ଏଥିରୁ ମୁକ୍ତି ପାଇବା ଲାଗି ଆମେ ବହୁ ପ୍ରଡକ୍ଟ ବ୍ୟବହାର କରୁ । ଆପଣ ଜାଣିଛନ୍ତି ଏହି ପ୍ରଡକ୍ଟ ଆମ ପାଇଁ ବିପଦ ଆଣିପାରେ । ଯଦି ଆପଣ ବାହାର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତେବେ ଏହାର ବ୍ୟବହାର ଖୁବ କମ୍ କରନ୍ତୁ । କାରଣ ତ୍ୱଚାରୁ ବଞ୍ଚିବାର ଅନେକ ଉପାୟ ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ ।
ସନସ୍କ୍ରିନ ଲଗାନ୍ତୁ
ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ ଲୋସନ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏହା ସୂର୍ଯ୍ୟର ହାନିକାରକ କିରଣରୁ ରକ୍ଷା ଦିଏ । ସନସ୍କ୍ରିନରେ ମଏଶ୍ଚର ର ରହିଛି ଯାହା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ ।
ଚାରକୋଲ ଫେସୱାସ ବ୍ୟବହାର କରନ୍ତୁ
ଚାରକୋଲ ଫେସୱାସରେ ମୁହଁ ଧୁଅନ୍ତୁ । ଏଥିରେ ଥିବା କଣିକା ମୁହଁର ଧୂଳିକୁ ଦୂର କରିଥାଏ । ଯାହାଦ୍ୱାରା ତ୍ୱଚା ସତେଜ ଦିଶେ ।
ଚେହେରାକୁ ଭଲ ଭାବେ ଧୁଅନ୍ତୁ
ସୁସ୍ଥ ତ୍ୱଚା ଲାଗି ମୁହଁକୁ ଭଲ ଭାବେ ପାଣିରେ ଧୁଅନ୍ତୁ । ଏହା ମୁହଁରେ ଥିବା ଧୂଳି, ବ୍ୟାକ୍ଟେରିଆ ଓ କୀଟାଣୁ ଦୂର କରାଏ ।
ମଏଶ୍ଚରାଇଜର ଲଗାନ୍ତୁ
ଶୀତ ଦିନେ ତ୍ୱଚା ଅଧିକ ଶୁଖିଲା ଦେଖାଯାଏ । ଏଥିପାଇଁ ମଏଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ତ୍ୱଚାକୁ ପୋଷଣ ଦେବା ସହ କୋମଳ ରଖେ