ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାୟୋପିକ ନିର୍ମାଣକୁ ନେଇ ଗର୍ବ ଅନୁଭବ କଲେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ତଥା ଫିଲ୍ମ ନିର୍ମାତା ଓମଙ୍ଗ କୁମାର । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ବାୟୋପିକରେ ନିର୍ଦ୍ଦେଶନା ଦେବା ବହୁତ ବଡ ଦାୟିତ୍ୱ । ‘ମ୍ୟାରି କମ୍’ ଏବଂ ‘ସରବଜିତ୍’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଉମଙ୍ଗ ଟ୍ୱିଟରେ ମୋଦିକୁ ଭାରତ ଇତିହାସର ସବୁଠୁ ବଡ ନେତା ବୋଲି କହିଛନ୍ତି ।
ଉମଙ୍ଗ ଟ୍ୱିଟ୍ କରି କହିଛନ୍ତି କି, ‘ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଭଳି ବ୍ୟକ୍ତିଙ୍କ ବାୟୋପିକ ର ନିର୍ଦ୍ଦେଶନା ଦେବା, ଯିଏ ଭାରତ ଇତିହାସର ସବୁଠୁ ସଫଳ ନେତା ମାନଙ୍କ ଭିତରୁ ଜଣେ, ଏହା ବହୁତ ବଡ ଦାୟିତ୍ୱ ଏବଂ ମୋତେ ଏହାର ଉପରେ ଗର୍ବ ହେଉଛି’ ।
ଏହି ଫିଲ୍ମରେ ବିବେକ୍ ଓବରାୟ ଲେଜେଣ୍ଡ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ସୁରେଶ ଓବରାୟ ଏବଂ ସନ୍ଦୀପ ସିଂ । ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ପୋଷ୍ଟର ସୋମବାର ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଙ୍କ ଦ୍ୱାରା ରିଲିଜ୍ କରାଯାଇଥିଲା । ଫିଲ୍ମର ଟ୍ୟାଗଲଇନ୍ ରହିଛି ‘ଦେଶଭକ୍ତି କି ମେରି ଶକ୍ତି ହେ’ । ଏହି ଫିଲ୍ମର ପୋଷ୍ଟରକୁ ୨୭ଟି ଭାଷାରେ ରିଲିଜ୍ କରାଯାଇଛି ।