କଟକ (ଏଟିଆର ବ୍ୟୁରୋ); ଓଡିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଶାଶୁ ଏବଂ ଶ୍ୱଶୁର ୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ମହଲତ ଦେଲା ଚାଉଳିଆଗଞ୍ଜ ପୋଲିସ । ଯଦି ଏହି ୭ ଦିନ ମଧ୍ୟରେ ସେମାନ ହାଜର ନହୁଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଥାନାରେ ହାଜର ହେବା ପାଇଁ ନିକିତାଙ୍କ ଶାଶୁ ଏବଂ ଶ୍ୱଶୁର ୧୫ ଦିନ ସମୟ ମାଗିଥିଲେ । ତେବେ ପୋଲିସ ସେମାନଙ୍କୁ ୭ ଦିନ ସମୟ ଦେଇଛି ।
ନିକିତାଙ୍କ ମୃତ୍ୟୁ ଘଟଣାରରେ ତାଙ୍କ ସ୍ୱାମୀ ଲିଙ୍କନ ଗିରଫ ହୋଇଥିବା ବେଳେ ତାଙ୍କ ଘରେ ପୋଲିସ ଲଟକା ଲଗାଇଥିଲା । ଏହା ପରେ ମଧ୍ୟ ଶାଶୁ ଏବଂ ଶ୍ୱଶୁର ଥାନାରେ ହାଜର ହୋଇନଥିଲେ । ସେମାନେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ । ତେବେ କେସର ତଦନ୍ତରେ ବିଳମ୍ବ ହେଉଥିବାରୁ ତାଙ୍କୁ ୭ଦିନ ମଧ୍ୟରେ ହାଜର ହେବା ପାଇଁ ସମୟ ଦେଇଛି ପୋଲିସ ।