ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ଆଭାନ୍ ମୋଟର୍ସ ପକ୍ଷରୁ ଏକ ନୂଆ ସ୍କୁଟର Xero Trend E ଲଞ୍ଚ କରାଯାଇଛି । ବେଙ୍ଗାଲୁରୁରେ ଚାଲୁଥିବା ମୋବାଇଲ ଏକ୍ସପୋ ୨୦୧୯ରେ ଏହି ସ୍କୁଟରକୁ ସୋକେଶ କରାଯାଇଛି । ସ୍କୁଟରଟିର ପ୍ରତି ଘଣ୍ଟାରେ ଟପ୍ ସ୍ପିଡ୍ ୪୫ କିଲୋମିଟର ରହିଛି । କମ୍ପାନୀର Xero+ ଆଡଭାନ୍ସ ଭର୍ସନ ହେଉଛି Xero Trend E । ଯାହାର ଦର ୪୭ ହଜାର ଟଙ୍କା ରହିଛି । ଗୋଟେ ଥର ଚାର୍ଜ କଲେ ଏହା ୧୧୦ କିଲୋମିଟର ଯାଏଁ ଗଡିବ ।
ଏହି ସ୍କୁଟରରେ ୮୦୦ ୱାଟର ଇଲେକ୍ଟ୍ରିକ୍ ମୋଟର ସହିତ ଦୁଇଟା ଲିଥିୟମ-ଆୟନ ବ୍ୟାଟେରୀ ରହିଛି । ବ୍ୟାଟେରୀଟି ଦୁଇ ରୁ ଚାରି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଏହାସହିତ ସିଙ୍ଗଲ ବ୍ୟାଟେରୀରେ ସ୍କୁଟରଟି ହାରାହାରି ୫ କିଲୋମିଟର ପର୍ଯ୍ୟନ୍ତ ଗଡିବ । ଦୁଇଟି ବ୍ୟାଟେରୀରେ ସ୍କୁଟରଟି ୧୧୦ କିଲୋମିଟ ଯାଏଁ ଗଡିବ । ବ୍ୟାଟେରୀ ଚାର୍ଜ କରିବା ପାଇଁ ସ୍କୁଟରରୁ ବାହାର କରି ଅଲଗା ଚାର୍ଜ କରିବାକୁ ପଡିବ ।
ସ୍କୁଟରର ଡିଜିଟାଲ ସ୍ପିଡ୍ ମିଟର ରହିଛି । ଏହାସହିତ ଏହାର ଅଧିକତମ କ୍ଷମତା ୧୫୦ କିଲୋଗ୍ରାମ । ଏହାର ସାମ୍ନା ଭାଗରେ ଡିସ୍କ ଏବଂ ରିୟରରେ ଡ୍ରମ ବ୍ରେକ ଅଛି । ଏଥିରେ ହାଇଡ୍ରୋଲିକ ଟେଲିସ୍କୋପିକ ଫ୍ରଣ୍ଟ ସସ୍ପେଂଶନ ଏବଂ ସ୍ପ୍ରିଙ୍ଗ ରିୟର ସଂସ୍ପେସନ ବି ଅଛି ।
ଆଭାନ୍ ମୋଟର୍ସ ମୁତାବକ, ଯଦି ଆପଣଙ୍କ ସ୍କୁଟରରେ ପେଟ୍ରୋଲ ଖର୍ଚ୍ଚ ୧୦୦ ଟଙ୍କା ହେଉଛି ତେବେ ଏହି ଇଲେକ୍ଟ୍ରିକ ସ୍କୁଟରରେ ବିଦ୍ୟୁତ୍ ଖର୍ଚ୍ଚ ମାତ୍ର ୧୦ ଟଙ୍କା ହେବ ।