ରାଉରକେଲା (ଏଟିଆର ବ୍ୟୁରୋ); ଇସ୍ତାତ ସହର ରାଉରକେଲା ରାଜନୀତି ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ୨୦୧୪ ନିର୍ବାଚନରେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଦିଲୀପ ରାୟ ବିଜୟ ବାନା ଉଡାଇଥିଲେ । କିନ୍ତୁ ଏବେ ସେ ବେଘର ହୋଇ ଯାଇଛନ୍ତି । ସେ ବିଜେପି ଛାଡିବା ପରେ କେଉଁ ଦଳରେ ଯୋଗ ନଦେଇ ଘରେ ବସିଛନ୍ତି । ତେବେ ସେ ପୁଣିଥରେ ବିଜେପିକୁ ଫେରି ପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା କାରଣ ବିଜେପି ଓଡିଶା ପ୍ରଭାରୀ ଇଶାରା ଦେଇଥିଲେ କି ଦିଲୀପ ଏବେ ମଧ୍ୟ ଦଳରେ ଦଳରେ ଅଛନ୍ତି । ସେପଟେ ଚର୍ଚ୍ଚା ଆରମ୍ଭ ହେଉଛି କି ଦିଲୀପ ପୁଣିଥରେ ପୁରୁଣା ଘର ବିଜେଡିରେ ଯୋଗ ଦେଇପାରନ୍ତି ।
ରାଉରକେଲା ନିର୍ବାଚନ ମଣ୍ଡଳୀରେ ଦିଲୀପଙ୍କ ଦବଦବା ଜାହିର ରହିଛି । ଏଠାରେ ତାଙ୍କର ଲୋକ ପ୍ରିୟତା ଭଲ ରହିଛି । ସେ ଯେଉଁ ଦଳକୁ ଯିବେ ସେହି ଦଳର ପଲ୍ଲା ଭାରି ରହିବ । ଏଣୁ ଦିଲୀପଙ୍କୁ ନିଜ ଦଳକୁ ନେବା ପାଇଁ ସବୁ ରାଜନୈତିକ ଦଳ ପ୍ରୟାସ କରିବେ । ଯଦି ସେ ବିଜେପିରେ ପୁଣିଥରେ ଯୋଗ ଦିଅନ୍ତି ତେବେ ବିଜେପି ରାଜ୍ୟରେ ଆହୁରି ଦୃଢ଼ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ବିଜେଡିର ଫୋପଡା ନେତାଙ୍କୁ ଏବେ ବିଜେପି ଗୋଟେଇବାରେ ଲାଗିଛି । ନିକଟରେ ଦାମ,ବୈଜୟନ୍ତ ଏବଂ ବାବୁ ସିଂହଙ୍କ ଭଳି ବିଜେଡିରୁ ତଡା ଖାଇଥିବା ନେତାଙ୍କୁ ଆଦରି ରଣନୀତି ଆରମ୍ଭ କରିଛି ବିଜେପି ।
ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଏବଂ ଦିଲୀପ ରାୟଙ୍କ ସହ ଲଢ଼େଇ ଜୋରଦାର ହୋଇଥାଏ । ତେବେ ଦିଲୀପ ଯଦି ବିଜେଡିରେ ଯୋଗ ଦିଅନ୍ତି ଏବଂ ସେଠାରେ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇବେ ତେବେ ସାରଦା ନାୟକ ବିଜେଡକୁ ବାଏ ବାଏ କହି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛ । ତେବେ ଆଗାମି ନିର୍ବାଚନରେ କଣ ହେବ ତାହା ସମୟ କହିବ । କିନ୍ତୁ ଆସନ୍ତା୧୮ ତାରିଖରେ ସବୁ ଜଣା ପଡିଯିବ । କାରଣ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସ୍ପଷ୍ଟ ହୋଇଯିବ କିଏ କାହାର?