ମୁମ୍ବାଇ (ଏଟିଆର ବ୍ୟୁରୋ): ଗତବର୍ଷ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂଙ୍କ ମଧ୍ୟରେ ଥିବା ପ୍ରେମ କାହାରିକୁ ଅଜଣା ନାହିଁ । ନିକଟରେ ରଣବୀର ସିଂ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦୀପିକା ପାଦୁକୋନ୍ ବି ଅଛନ୍ତି । ପ୍ରକୃତରେ ଏହି ଫଟୋ ଟି ହେଉଛି ମ୍ୟାଡମ ତୁଷାଦ ମ୍ୟୁଜିୟମରେ ଲାଗିଥିବା ଦୀପିକାଙ୍କ ମହମ ମୂର୍ତ୍ତି । ଏହି ଫଟୋଟିକୁ ରଣବୀର ସୋସିଆଲ ମିଡିଆରେ ସେୟାର କରିବା ସହ ଏକ କ୍ୟାପସନ୍ ଦେଇଛନ୍ତି । କ୍ୟାପସନ୍ ଟି ସବୁଠୁ ଜବରଦସ୍ତ ହୋଇଛି ।
ରଣବୀର ତାଙ୍କ ପୋଷ୍ଟରେ ଦୀପିକାଙ୍କ ମହମ ମୂର୍ତ୍ତି ସହିତ ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋର କ୍ୟାପସନରେ ଲେଖିଛନ୍ତି କି- ‘ଡିପି ୨.୦! ଅସଲ ତ … ମୋ ପାଖରେ!’ । ରଣବୀରଙ୍କ ଏହି ପୋଷ୍ଟ ରୁ ସଫା ଜଣା ପଡୁଛି କି ଦୀପିକାଙ୍କୁ ପତ୍ନୀ ରୂପରେ ପାଇ ସେ ନିଜକୁ ଖୁବ୍ ଭାଗ୍ୟଶାଳୀ ମାନୁଛନ୍ତି ।
https://www.instagram.com/ranveersingh/
ଦୀପିକାଙ୍କ ଏହି ପୋଷ୍ଟକୁ ନେଇ ରଣବୀରଙ୍କ ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଛି । ପ୍ରକୃତରେ ଶୁକ୍ରବାର ଦୀପିକା ବି ନିଜର ଏକ ଫଟୋ ଇଂଷ୍ଟାରେ ସେୟାର କରିଛନ୍ତି । ଏହି ଫଟୋରେ ରଣବୀର ଏକ କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି କି , ‘ଜାନ୍ ଲେ ଲେ ।’ ରଣବୀର ଏହି ଅନ୍ଦାଜ ପାଇଁ ତାଙ୍କ ଏବଂ ଦୀପିକାଙ୍କ ଫ୍ୟାନ୍ସମାନେ ତାଙ୍କୁ ଖୁବ୍ ପସନ୍ଦ କରିଥାନ୍ତି । ଏହାସହିତ ରଣବୀରଙ୍କ ପ୍ରତ୍ୟେକ ପୋଷ୍ଟକୁ ଫ୍ୟାନ୍ସମାନଙ୍କ ସାନ୍ଦାର କମେଣ୍ଟ ମଧ୍ୟ ଆସିଥାଏ ।
ଯେବେ ବି ଦୁହିଁଙ୍କୁ ସମୟ ମିଳିଥାଏ । ଦୁହେଁ ଦୁହିଁଙ୍କ ସହ ସମୟ ବିତାଇଥାନ୍ତି । ପୂର୍ବରୁ ଦୀପିକା ନିଜେ ସ୍ୱୀକାର କରିଛନ୍ତି କି ସେ ବେଳେ ବେଳେ ରଣବୀରଙ୍କ ଟି-ସାର୍ଥ ପିନ୍ଧି ଦେଇଥାନ୍ତି, ତାଙ୍କୁ ସେଥିରେ ଅଧିକ ମଜା ଆସିଥାଏ । ସେହିପରି ଦୀପିକାଙ୍କ ହାତ ରନ୍ଧା ଖାଦ୍ୟ ଖାଇ ରଣବୀର ବି ମଜା ଉଠାଇଥାନ୍ତି ।