ପୂରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ରହିଛି । ଆଜି ଦୋଳ ବେଦିରେ ରଙ୍ଗ ଖେଳିବେ ଶ୍ରୀଜିଉ । ସେଥିପାଇଁ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଏହାସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ଲାଗି ମନ୍ଦିରରେ ଖୁବ୍ ଭିଡ ଜମିଛି । ଜନଗହଳିରେ ପରିପୂର୍ଣ୍ଣ ହୋଇଛି ଶ୍ରୀକ୍ଷେତ୍ର ବଡଦାଣ୍ଡ ।
ପରମ୍ପରା ଅନୁଯାୟୀ ଚତ୍ତୁର୍ଦ୍ଧା ମୂରତୀ ଆଜି ରତ୍ନ ସିଂହାସନରୁ ଓହ୍ଲାଇ ଆସି ଦୋଳ ବେଦିରେ ରଙ୍ଗ ଖେଳିବେ । ଏହାପରେ ଆସନ୍ତକାଲି ସାଧାରଣ ଭକ୍ତ ରଙ୍ଗ ଖେଳିବେ ।
ସେପଟେ ଦୋଳପୂର୍ଣ୍ଣିମା ଲାଗି ପ୍ରତ୍ୟେକ ଗାଁ ଉତ୍ସବ ମୁଖର ହୋଇ ଉଠିଛି । ଏହି ଅବସରରେ ଭଗବାନ ସ୍ୱତନ୍ତ୍ର ପାଲିଙ୍କି ଯୋଗେ ଗାଁ ର ପ୍ରତ୍ୟେକ ଘରେ ଘରେ ବୁଲି ଭୋଗ ଖାଇବେ । ଏହାସହିତ ଭଗବାନ୍ ଗାଁକୁ ଆସିବା ବେଳେ ଝାଞ୍ଜି ମୃଦଙ୍ଗର ଧ୍ୱନିରେ କମ୍ପି ଉଠିବ ଗାଁ । ପୂର୍ଣ୍ଣିମାରେ ଭଗବାନଙ୍କ ଠାରେ ଭୋଗ ଲଗାଇବା ପାଇଁ ସ୍ୱତନ୍ତ୍ର ଭୋଗ ପ୍ରସ୍ତୁତ କରାଯାଇଛି ଯେପରିକି, ଉଖୁଡା, ରାଶିଲଡୁ, ପିଠା, ମିଠା ଆଦି ।