ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନୀ ବିଗୁଲ ବାଜିବା ପରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଯାଇଛି ନାମାଙ୍କନ । ତେବେ ବିରୋଧୀ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରି ନାମାଙ୍କନ ପ୍ରକିୟା ଆରମ୍ଭ କରି ଦେଇଥିବ ବେଳେ ଏବେ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବାକୁ ନେଇ ବହୁ ତେେ ବାରକଥା କହୁଥିବା ଦେଖିବାକୁ ଶଉରିବକୁ ମିଳିଛି । ବିରୋଧୀମାନେ ବିଜେପିକୁ ପ୍ରତ୍ୟେକ ଦିନ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ବିଜେପିକୁ ସମାଲୋଚନା କରିଛନ୍ତି ସୌମ୍ୟ ।
ବିଜେପିରେ ପ୍ରାର୍ଥୀ ନାହାଁନ୍ତି । ବିରୋଧୀ ଦଳରେ ଟିକେଟ ନପାଇ ଅସନ୍ତୁଷ୍ଟ ହେଉଥିବା ନେତାଙ୍କୁ ଦଳରେ ସାମିଲ କରି ବିଜେପି ନିଜର ପ୍ରାର୍ଥୀ ଗୋଟାଇବାରେ ଲାଗିଛି । ତେବେ କଂଗ୍ରେସ ଏବଂ ବିଜେଡି ଯଦି ପ୍ରାର୍ଥୀ ଗୁପ୍ତ ରଖିଥାନ୍ତେ ତେବେ ବିଜେପି ନିର୍ବାଚନ ଲଢ଼ିପାରିନଥାନ୍ତା । କାରଣ ବିଜେି ପାଖରେ ୧୪୭ଜଣ ପ୍ରାର୍ଥୀ ନାହାଁନ୍ତି । ବିଜେଡିରେ ଟିକେଟ ପାଉନଥିବା ଅସନ୍ତୁଷ୍ଟ ନେତାଙ୍କୁ ମଇଦାନ ଓହ୍ଲାଇବା ପାଇଁ ଚେଷ୍ଟା କରୁଛି ବିଜେପି । ଅପରପକ୍ଷରେ ସୌମ୍ୟଙ୍କ କଟାକ୍ଷର ଉତ୍ତର ରଖିଛି ବିଜେପି । ବିଜେଡି ନିଜ କଥା ଚିନ୍ତା କରୁ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ ହେବାକୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଯୋଗ୍ୟ,କଂଗ୍ରେସରୁ ତଡା ଖାଇବା ପରେ ଆମ ଓଡିଶା ପାର୍ଟି ଗଠନ କରି ନୟାଗଡ ଜିଲ୍ଳା ଖଣ୍ଡପଡା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି ସେମ୍ୟରଞ୍ଜନ । ନିକଟରେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଥିଲେ ବରିଷ୍ଟ ନେତା ସୌମ୍ୟରଞ୍ଜନ । ତେବେ ସେ ମଧ୍ୟ ଦଳ ଛାଡି ଅନ୍ୟ ଦଳରେ ଭରଷା କରି ମିଶିଥିବା ବେଳେ ବିରୋଧୀ ନେତାମାନେ ବିଜେପି ଯେ୍ଧଜ୍ଞ ଦେଉଥିବା ଘଟଣାର କଟାକ୍ଷ କରୁଥିବାରୁ ରାଜନୈତିକ ମହଲରେ ସୌମ୍ୟଙ୍କୁ ମଧ୍ୟ ବହୁ ସମାଲୋଚନା କରୁଥିବ ଶୁଣିବାକୁ ମିଳିଛି ।