ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଳଗାନ୍ଧୀଙ୍କର ନାଗରିକତା କୁ ନେଇ ବିଜେପି ନେତା ସୁବ୍ରଣ୍ୟମ ସ୍ୱାମୀ ଉଠାଇଛନ୍ତି ପ୍ରଶ୍ନ । ଯାହାକୁ ନେଇ ଗୃହ ବିଭାଗ ରାହୁଳଙ୍କୁ ନୋଟିସ ଜାରି କରିଥିଲା । ଯାହାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରଶନ କରିଛନ୍ତି କି ରାହୁଳ ପ୍ରକୃତ କେଉଁଠିକାର ନାଗରିକ । ରାହୁଳ ଲଣ୍ଡନ ନାଁ ଲୁଟିୟସ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି କି ରାହୁଳଙ୍କ ପରିଚୟ କେଉଁଠିକାର । ରାହୁଳଙ୍କୁ ନିଜେ ଆସି ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କୁ କହିବାକୁ ପଡିବ ସେ ଭାରତୀୟ ବୋଲି ।
ସୂଚନାଯୋଗ୍ୟ ଭାଜପା ନେତା ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି କି ରାହୁଳ ବ୍ରିଟିସ ନାଗରିକ । ଯେଉଁ ଅଭିଯୋଗକୁ ନେଇ ଗୃହମନ୍ତ୍ରଣାଳୟ ଏକ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ ଏହାର ଜବାବ ଦେବାକୁ କହିଥିଲେ । ଯାହାକୁ ନେଇ ସ୍ୱାମୀ ଏକ ଟ୍ୱିଟ ମଧ୍ୟ କରିଥିଲେ । ପ୍ରଥମେ ସ୍ୱାମୀ ୨୦୧୭ରେ ଏହି ପ୍ରସଙ୍ଗ ଉଠେଇଥିଲେ । ପରେ ପୁଣି ୨୦୧୯ ରେ ଏହାକୁ ପୁଣି ଦୋହରାଇଛନ୍ତି । ଏହି ପ୍ରସଙ୍ଗକୁ କଂଗ୍ରେସ ଖଣ୍ଢନ କରିଛି କଂଗ୍ରେସ ପ୍ରବକ୍ତା ରଣଦୀପ ସୂରଜୱାଲା କହିଛନ୍ତି କି ପୁରା ଦୁନିଆ ଜାଣିଛିକି ରାହୁଳ ଭାରତୀୟ ବୋଲି । ମୋଦିଙ୍କ ପଖରେ ବେ ରୋଜଗାରୀ , କୃଷି ସଂଙ୍କଟ ଏବଂ କଳାଧନ ପ୍ରସଙ୍ଗରେ କୌଣସି ଜବାବ ନାହିଁ । ଯାହା ଉପରୁ ଧ୍ୟାନ ହଟାଇବା ପାଇଁ ଏହିଭଳି କାହାଣୀ ପ୍ରସ୍ତୁତ କରାଯାଉଛି ।