ସୁନ୍ଦରଗଡ (ଏଟିଆର ବ୍ୟୁରୋ); ଚାକିରୀ କରାଦେବା ବାହାନାରେ ନେଇ ନାବାଳିକାଙ୍କୁ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିକୁ ବିକି ଦେଲା ଦଲାଲ । ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ମାନମୁଣ୍ଡା ଗାଁରୁ ଆସିଛି ଏଭଳି ଅଭିଯୋଗ । ଯୁଗଳ ଓରାମ ନାମକ ଜଣେ ଦଲାଲ ସୀତା ସୀତା ଖଡିଆ ନାମକ ଜଣେ ମହିଳାଙ୍କ ନାବାଳିକା ଝିଅକୁ ବିକି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାିବା ପରେ ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ସୁନ୍ଦରଗଡ ଏସଡିପିଓ ବଳଭଦ୍ର ଦୀପ ସୂଚନା ଦେଇଛନ୍ତି କି ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଜୁନ୫ ତାରିଖରେ ଯୁଗଳ ସୀତାଙ୍କ ଘରକୁ ଯାଇଥିଲା । କହିଥିଲା କି ତମ ଝିଅ ପାଇଁ ଗୋଟେ ଚାକିରୀ ଅଛି । ମଧ୍ୟପ୍ରଦେଶର ଏକ ଅଗରବତୀ କାରଖାନାରେ କାମ ଯୋଗାଇ ଦେବ । ପରିବାର ଲୋକ ଝିଅ ଛୋଟ ହୋଇଥିବାରୁ ଛାଡିବା ପାଇଁ ମନା କରିଥିଲେ । ତେବେ ଦଲାଲ କହିଥିଲା କି ଗାଁର ଅଲଗା ପିଲା ଯାଉଛନ୍ତି ମିଶି କରି ରହିବ । କିଛି ଅସୁବିଧା ହେବ ନାହିଁ ।
ପରିବାର ଲୋକ ମନା କରିଥିଲେ ଝିଅକୁ ଛାଡିବା ପାଇଁ । ତେବେ ନାବାଳିକାଙ୍କୁ ଚାକିରୀ କରିବାର ଲୋଭ ଲାଗିଯାଇଥିଲା । ଏଣୁ ସେ ପରିବାର ଲୋକ ମନା କରିବା ପରେ ମଧ୍ୟ ଯିବା ପାଇଁ ଅଡି ବସିଥିଲେ । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ଛାଡିଥିଲେ । ତେବେ ଗାଁରୁ ସାଥୀରେ ଯାଇଥିବା ପିଲାମାନେ ଘରକୁ ଫେରିଥିଲେ ସୁଦ୍ଧା ତାଙ୍କ ଝିଅ ଫେରିନଥିବାରୁ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ଏବଂ ଦଲାଲ ତାଙ୍କୁ ବିକି ଦେଇଛି ବୋଲି ସାଙ୍ଗରେ ଯାଇଥିବା ଲୋକମାନେ କହିଛନ୍ତି ।