ବାଲେଶ୍ୱର ( ଏଟିଆର ବ୍ୟୁରୋ): ଶିଶୁ ଦୁଷ୍ଟ ହେଲେ ତାକୁ ଗୁରୁଜନ ମାନେ ମାଡ ମାରିବା ଏହା ଏକ ସାଧାରଣ ଘଟଣା । ହେଲେ ମାଡ ମାରିବା ମାନେ ନୁହେଁ ଅତ୍ୟାଚାର କରିବା । ଗତ ିଛି ଦିନ ତଳେ ଜଣେ ମହିଳା ଗୋଟେ ୭ ବର୍ଷର ଶିଶୁକୁ ମାଡ ମାରୁଥିବାର ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓଟିରେ ପିଲାଟି ଯେତେ କାକୁତି ମିନତି ହେଲେ ମଧ୍ୟ ମହିଳା ଜଣଙ୍କ କିନ୍ତୁ ମାନିବାକୁ ନାରାଜ । ନିଜର ରାଗକୁ ପିଲାଟିର ପିଠିରେ ନିଜ ଗୋଡ ମାଧ୍ୟମରେ ସୁଝାଉଥିଲେ ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବାଲେଶ୍ବର ଶିଶୁ ମଙ୍ଗଳ କମିଟିର ୪ ଜଣିଆ ଟିମ୍ ପୋଲିସ ସହାୟତାରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଛି। ଜେଜେମାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଜେଜେମାଆଙ୍କୁ ଗିରଫ କରିଛି ବସ୍ତା ପୋଲିସ । ପିଲାଟିକୁ ବର୍ତ୍ତମାନ ବାଲେଶ୍ବର ଉତ୍କଳ ବାଳାଶ୍ରମରେ ରଖାଯାଇଛି। ତାର ବାପ ମାଆଙ୍କୁ ଖବର ଦିଆଯାଇଛି। ବାପ ମାଆ ଚାହିଁଲେ ପିଲାଟିକୁ ନେଇପାରିବେ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି ।
ମାଡ ଖାଇଥିବା ଛୋଟ ପିଲାଟି ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ଭେଲରା ଗାଁର ରଞ୍ଜନ କୁମାର ଚାନ୍ଦ ଓ ମଧୁସ୍ମିତା ଚାନ୍ଦଙ୍କର ପୁଅ ବୋଲି ଜଣା ପଡିଛି । ଗତ କିଛି ଦିନ ତଳେ ସାଲେପୁର ଅଞ୍ଚଳରେ ଜଣେ ବୃଦ୍ଧ ଦାଦାକୁ ପୁତୁରା ନିର୍ଘାତ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ପୋଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରିଥିଲା ।