ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏତେ ବଡ ସମ୍ମିଳନୀ ହେଲା । ଯୋଗଦେଲେ ବରିଷ୍ଠ ଅଧିକାରୀ । ସାମିଲ ହେଲେ ସବୁ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ । ହେଲେ ନଜରକୁ ଆସିଲେନି ଜଣେ ଚର୍ଚ୍ଚିତ ଆଇପିଏସ ଅଫିସର । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଏହି ଆଇପିଏସ ଅଫିସର ଜଣଙ୍କ ରାଗରେ ଆସି ନାହାନ୍ତି । ଡିଜି ପାହ୍ୟାର ଏହି ଅଫିସରଙ୍କୁ ପୁଲିସ ଡିଜିପି ପଦବୀ ନମିଳିବା ଯୋଗୁ ସେ ସାମିଲ ହୋଇନାହାନ୍ତି ଏହି ସମ୍ମିଳନୀରେ । ତେବେ ଏହା କେତେଦୂର ଠିକ ତାହା ଜଣାପଡିନଥିବା ବେଳେ ତଳିଆ କର୍ମଚାରୀଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ, ସବୁ ଜିଲ୍ଲାର ଆଇପିଏସ ଅଧିକାରୀଙ୍କଠୁ ନେଇ ଓପିଏସ ପର୍ଯ୍ୟନ୍ତ ସାମିଲ ହୋଇଥିଲେ ସମ୍ମିଳନୀରେ । ସମସ୍ୟା ଉପରେ ଆଲୋଚନା କରି ସମାଧାନର ବାଟ କିଭଳି ଫିଟିବ ଆଲୋଚନା କରିଥିଲେ । କିନ୍ତୁ ର୍ଦୁଭାଗ୍ୟ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କର କିନ୍ତୁ ସମ୍ମିଳନୀରେ ଦେଖା ମିଳିନଥିଲା । ଯାହାକୁ ନେଇ ଉଠିଛି ପ୍ରଶ୍ନ? କାହିଁକି ଆସିଲେନି ସେ? କ’ଣ ରହିଛି ପ୍ରକୃତ କାରଣ? ଡିଜି ନହେବାର ରାଗ ନା’ ଆଉ କିଛି? ଏମିତି କେତେ କ’ଣ ଶୁଣିବାକୁ ମିଳୁଥିବା ବେଳେ ବରିଷ୍ଠ ଅଧିକାରୀଙ୍କ ଦେଖା ନମିଳିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ୩ଦିନ ଧରି ରାଜଧାନୀରେ ଅନୁଷ୍ଠିତ ହୋଇଥିଲା ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ।