ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ସୁନା ଦର ନୂଆ ରେକର୍ଡ ଭାଙ୍ଗିଛି । ସୋମବାର ଦିଲ୍ଲୀର ସରଫା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ୪୦ ହଜାର ଟଙ୍କା ଟପିଛି ସୁନା ଦର । ସେହିଭଳି ଚାନ୍ଦି ଦରରେ ବି ବୃଦ୍ଧି ହୋଇଛି । ଗୋଟେ କିଲୋ ଚାନ୍ଦି ଦର ୪୫ ହଜାର ଟପିଛି । ସୁନା ଏବଂ ଚାନ୍ଦି ଦର ଲଗାତର ଭାବେ ବୃଦ୍ଧି ହେବାର ପ୍ରମୁଖ କାରଣ ହେଉଛି ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜିକ ଯୁଦ୍ଧ ।
ଗୋଟେ ସପ୍ତାହ ପୂର୍ବେ ସୁନା ଦର ୩୯ ହଜାର ପାର୍ କରିଥିଲା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୩୯, ୩୦୦ ରହିଥିଲା । ମାତ୍ର ଆଜି ସୁନା ଦର ବୃଦ୍ଧି ହୋଇ ୪୦ ହଜାରକୁ ଛୁଇଁଛି । ସେହିପରି ଚାନ୍ଦି ର ମୂଲ୍ୟ ପ୍ରତି କିଲୋ ପିଛା ୪୫, ୨୭୫ ଟଙ୍କା ରହିଛି ।
ଆମେରରିକା ଠାରୁ ଆୟତିତ ହେଉଥିବା ୭୫ ଅରବ ଡଲାରର ବସ୍ତୁ ଉପରେ ସେପ୍ଟମ୍ବର ୧ ରୁ ଡିସେମ୍ବର ୧୫ ଯାଏଁ ଅତିରିକ୍ତ ଆୟତ ଶୁଳ୍କ ଲଗାଇବା ପାଇଁ ଚୀନ ଘୋଷଣା କରିଥିଲା । ସେହି ଅନୁସାରେ ଏବେ ନିବେଶକ ସୁରକ୍ଷିତ ନିବେଶ ଆଡକୁ ମନ ବଳାଉଛନ୍ତି ।