ବାଲେଶ୍ୱର ( ଏଟିଆର ବ୍ୟୁରୋ): ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ । ଡ୍ରିଲ ମେସିନରେ କାମ କରୁଥିବା ବେଳେ ଲାଗିଲା କରେଣ୍ଟ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଜଣେ ମିସ୍ତ୍ରୀଙ୍କର ଡ୍ରିଲ ମେସିନରେ ଗ୍ରିଲ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତ ଜଣଙ୍କ ସିଆଡିମାଳ ଗ୍ରାମର ଲକ୍ଷ୍ମୀଧର ବେହେରା ବୋଲି ଜଣା ପଡିଛି ।
ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ଲକ୍ଷ୍ମୀଧର ୱେଲଡିଂ କାମ କରୁଥିଲେ । ସେ ଆଜି ବାଲିଗୋହରୀ ଅଞ୍ଚଳରେ ଏକ ଓଲଡିଂ ଦୋକାନରେ କାମ କରୁଥିଲେ । ସେଠାରେ ଡ୍ରିଲ ମେସିନ ସାହାର୍ଯ୍ୟରେ ଏକ ଗ୍ରିଲର କାମ କରୁଥିବା ବେଳେ ହଠାତ ଡ୍ରିଲ ମେସିନ ସର୍ଟ ହୋଇଯିବା ଫଳରେ ପୁରା ଗ୍ରୀଲ ଚାର୍ଜ ହୋଇ ଯାଇଥିଲା । ବିଦ୍ୟୁତ ଆଘାତ ପାଇ ପ୍ରଥମେ ସେ ତଳକୁ ଖସି ପଡି ଅଚେତ ହୋଇ ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।