ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦଧୀଚି ଏଜୁକେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଓଡିଶାର ଏକ ପ୍ରତିଷ୍ଠିତ ଆୱାଡ ‘ଦି ସେକେଣ୍ଡ ଦଧୀଚି ପ୍ରତିଭା ସମ୍ମାନ ୨୦୧୯’ ସେପ୍ଟମ୍ବର ୩ ରେ ହୋଟେଲ ସ୍ୱସ୍ତି ପ୍ରିମିୟମ ରେ ହେବାକୁ ଯାଉଛି । ଏନେଇ ଏକ ସମ୍ବାଦିକ ସମ୍ମିଳନୀ ଯୋଗେ ଘୋଷଣା କରାଯାଇଛି । ଏଥିରେ ଦଧୀଚି ଏଜୁକେସନାଲ ଟ୍ରଷ୍ଟର ଚେୟାରମ୍ୟାନ ମନୋଜ କୁମାର ଦାସ, ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାସ , ଅଡଭାଇଜର ପଣ୍ଡିତ ମାତୃ ପ୍ରସାଦ ମିଶ୍ର, କର୍ପୋରେଟ ହେଡ୍ ଉଲ୍ଲାଶ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପୁରସ୍କାର ସମାରୋହ ଦଧୀଚି ଏଜୁକେସନାଲ ଟ୍ରଷ୍ଟ ସୁନ୍ଦରଗ୍ରାମ କଟକ ଦ୍ୱାରା ସ୍ଥାପନା ଦିବସ ଅବସରରେ ଆୟୋଜିତ କରାଯାଇଥାଏ । ଏହି ଅବସରରେ ଓଡିଶାର ୧୧ ଟି ପ୍ରତିଷ୍ଠିତ କ୍ଷେତ୍ର ମଧ୍ୟରୁ ୧୧ ପୁରସ୍କାର ରୂପେ ସମ୍ବୋନ୍ଧିତ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କ ଉକ୍ରୃଷ୍ଠ ଉପଲବ୍ଧିକୁ ମାନ୍ୟତା ଦିଆଯାଇଛି ।
ଏଥିରେ ରାଜ୍ୟର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଜଳ ସଂଶୋଧନ ମନ୍ତ୍ରୀ ରଘୁନନ୍ଦନ ଦାସ ସମେତ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ରହିବେ ବୋଲି ସୂଚନା ମିଳିଛି ।
ଏନେଇ ଦଧୀଚି ଏଜୁକେସନାଲ ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ ଦାସ କହିଛନ୍ତି, ଦଧୀଚି ପ୍ରତିଭା ସମ୍ମାନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ଆଧାରିତ, ଯାହାଙ୍କର ସମାଜ ପ୍ରତି ଅସାଧାରଣ ଯୋଗଦାନ ରହିଛି । ଆଗକୁ ଏହି ପୁରସ୍କାର ସମାଜ ପ୍ରତି ନିଜର ପ୍ରତିବଦ୍ଧତା ଦେଖାଇବା ପାଇଁ ଅନେକଙ୍କୁ ପ୍ରୋତ୍ସାହିତ କରିବ ।
ପୁରସ୍କାର କ୍ଷେତ୍ରରେ ରହିଛି ଦଧୀଚି ଶିଖ ଜ୍ୟୋତି ସମ୍ମାନ,ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ, ଦଧୀଚି ସେବା ଜ୍ୟୋତି ସମ୍ମାନ, ଦଧୀଚି କୃଷି ଜ୍ୟୋତି ସମ୍ମାନ, ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ଦଧୀଚି ବିଜ୍ଞ୍ୟ ଜ୍ୟୋତି ସମ୍ମାନ, ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ, ଦଧୀଚି ସାମ୍ବାଦିକ ସମ୍ମାନ, ଦଧୀଚି ସେବା ଜ୍ୟୋତି ସମ୍ମାନ, ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ ଏବଂ ଦଧୀଚି ଛାତ୍ର ଜ୍ୟୋତି ସମ୍ମାନ ।
ଏହା ଦଧୀଚିର ଦ୍ୱିତୀୟ ବାର୍ଷିକ ପୁରସ୍କାର ଆଗାମୀ ବର୍ଷରେ ବି ଏହି ପୁରସ୍କାର ସମାରୋହ ଜାରି ରହିବ ବୋଲି ଜଣାପଡିଛି ।