ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସର୍ବଦା ଶନି ଦେବଙ୍କ କୃପା ଲାଭ ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ କରିଥାନ୍ତି । କିନ୍ତୁ ଏହି ଉପାୟ କେତେବେଳେ ସଫଳ ହୋଇଥାଏ ତ ପୁଣି କେତେବେଳେ ବିଫଳ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବାକୁ ଯାଉଛି , ଯଦି ଆପଣ ଏହି ଉପାୟ ଶନିବାର ଦିନ କରିବେ ତେବେ ଆପଣ କିଛି ଦିନ ମଧ୍ୟର ସଫଳତା ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ ବିଷୟରେ..
– ଯଦି ଆପଣ ଶନିବାର ଦିନ ସକାଳୁ କିଛି କଳା ଜିରା, ଅଟା, ଚିନି, ଆଦିକୁ ମିଶାଇ ପିମ୍ପୁଡିକୁ ଖାଇବାକୁ ଦେବେ ତେବେ ଆପଣଙ୍କୁ ଲାଭ ମିିଳିବ କିନ୍ତୁ ଧ୍ୟାନ ରଖିଥିବେ ଏହି ଉପାୟ କେବଳ ଶନିବାର ହିଁ କରିବେ ।
– ଶନିବାର ସୂର୍ଯ୍ୟାସ୍ତ ସମୟରେ କଳା ଘୋଡାର ନାଲ କିମ୍ବା ନୌକାର କଣ୍ଟାରେ ତିଆରି ଲୁହାର ମୁଦିକୁ ମଝି ଅଙ୍ଗୁଳିରେ ହନୁମାନ ମନ୍ଦିର ଯାଇ ପିନ୍ଧିବା ଦ୍ୱାରା ବହୁତ ଭଲ ଲାଭ ହୋଇଥାଏ ।
– ଏହାସହିତ ଶନିବାର ଦିନ କଳାଜିରା,କଳା କପଡା, କମ୍ବଳ , ଲୁହା ବାସନ, ହରଡ ଡାଲି ଆଦି ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହିତ ଘରେ ଅର୍ଥ ଅଭାବ ଦେଖା ଯାଇନଥାଏ ।
– ଶନିବାର ସକାଳୁ ସ୍ନାନ କରିବା ପରେ ଏକ ପାତ୍ରରେ ଶୋରିଷ ତେଲ ନେଇ ସେଥିରେ ମୁହଁ ଦେଖିବା ପରେ ସେହି ତେଲକୁ କୌଣସି ଗରିବ ଲୋକକୁ ଦାନ କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଶନି ଦେବ ଖୁସି ହୋଇ ଧନ ବର୍ଷା କରିଥାନ୍ତି ।