ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟରୁ ସନ୍ୟାସ ନେବା ପରେ ଯୁବରାଜ ସିଂହ ପ୍ରଥମ ଥର ପାଇଁ ନିଜ କ୍ୟାରିୟର ଏବଂ ଦଳରୁ ବାହାରିବାକୁ ନେଇ ବୟାନ ଦେଇଛନ୍ତି । ତାଙ୍କ କହିବାନୁଯାୟୀ ୨୦୧୭ ରେ ୟୋ-ୟୋ ଟେଷ୍ଟ ପାସ୍ କରିବା ପରେ ବି ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଦଳରୁ ଦୂରେଇ ରହିବା ପରେ ୧୦ ଜୁନ୍ ୨୦୧୯ ରେ ଯୁବରାଜ ଦଳରୁ ସନ୍ୟାସ ନେବାର ଘୋଷଣା କରିଥିଲେ ।
୨୦୧୭ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିବା ଯୁବରାଜ କହିଛନ୍ତି କି , ମୋତେ ଦଳରୁ ବାହାର କରାଯିବା ପାଇଁ କେବେ ବି କୁହାଯାଇ ନାହିଁ, ମାତ୍ର ଭୁଲ୍ ପନ୍ଥା ଆପଣା ଯାଇଥିଲା । ଏହା ଯେକୌଣସି ଖେଳାଳିଙ୍କ ମନକୁ କଷ୍ଟ ଲାଗିଲା ଭଳି ଉପାୟ, ମୋତେ ବି କଷ୍ଟ ଲାଗିଥିଲା, ଯେଉଁ ଖେଳାଳୀ ୧୫-୧୭ କ୍ରିକେଟ ଖେଳିଛନ୍ତି ସେମାନଙ୍କୁ ବସାଇ କଥାବର୍ତ୍ତା କରିବା ଉଚିତ୍ । ସେହବାଗ ଏବଂ ଜାହିର ଖାଁଙ୍କୁ ବି କୁହାଯାଇନଥିଲା । ଭାରତୀୟ କ୍ରିକେଟରେ ଏଭଳି ହିଁ ହୋଇଥାଏ ।
ମୁଁ କେବେ ବି ଭାବି ନଥିଲି୮-୯ ମ୍ୟାଚରୁ ୨ଟି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରହିବା ପରେ ବି ମୋତେ ଡ୍ରପ କରି ଦିଆଯିବ । ମୁଁ ଆହତ ହୋଇଥିଲି ସେହି ସମୟରେ ମୋତେ ଶ୍ରୀଲଙ୍କା ସିରିଜ୍ ଖେଳିବା ପାଇଁ କୁହାଗଲା । ଏହାପରେ ପୁଣି ହଠାତ୍ ୟୋ-ୟୋ ଟେଷ୍ଟର ଫଟୋ ସମ୍ନାକୁ ଆସିଲା । ମୋ ପାଇଁ ଏହା ୟୁଟର୍ଣ୍ଣ ଥିଲା । ୩୬ ବର୍ଷ ବୟସରେ ଅଚାନକ୍ ମୋତେ ଫେରିବାକୁ ପଡିଲା ଏବଂ ୟୋ-ୟୋ ଟେଷ୍ଟରେ ସାମିଲ । ଏହାପରେ ଯେବେ ମୁଁ ୟୋ-ୟୋ ଟେଷ୍ଟ ପାସ୍ କରିଗଲି, ସେତେବେଳେ ମୋତେ ଘରୋଇ କ୍ରିକେଟ ଖେଳିବା ପାଇଁ କୁହାଗଲା ।