ମେଲବର୍ଣ୍ଣ (ଏଟିଆର ବ୍ୟୁରୋ) ; ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଟିତ ହୋଇଥିବା ୨ୟ ଟି-୨୦ରେ ମଧ୍ୟ ବର୍ଷା ସାଜିଲା ବାଧକ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨ୟ ମ୍ୟାଚଟି ବାତିଲ ହେବା ଫଳରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଦଳ । ବ୍ୟାଟିଂ କରିବା ପାଇଁ ପ୍ରଥମେ ପଡିଆକଚ ଓହ୍ଲାଇଥିବା କଙ୍ଗାରୁ ଦଳ ୧୯ ଓଭରରେ ମାତ୍ର ୧୩୨ ରନ କରିଥିବା ବେଳେ ବର୍ଷା ହୋଇଥିଲା ଫଳରେ ଖେଳକୁ କିଛି ସମୟ ପାଇଁ ବନ୍ଦ ରହିଥିଲା । ବର୍ଷା ଛାଡିବା ପରେ ଡିଏଲ ମେଥଡ ହିସାବରେ ଭାରତ ପାଇଁ ୧୯ ଓଭରରେ ୧୩୭ ରନର ଟାର୍ଗେଟ ହୋଇଥିଲା ।
ଖେଳ ଆରମ୍ଭ ହେବାର କିଛି ସମୟ ପରେ ପୁଣି ଥରେ ବର୍ଷା ହେବାରୁ ଭାରତକୁ ୧୧ ଓଭରରେ ୯୦ ରନର ଟାର୍ଗେଟ ଦିଆଯାଇଥିଲା । ମାତ୍ର ବର୍ଷା ଛାଡିବାର ନାଁ ଧରିନଥିଲା ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା । ବାତିଲ ହେବା ଭାରତ ପାଇଁ ମହଙ୍ଗା ପଡିଛି । ୩ଟି ଟି-୨୦ ବିଶିଷ୍ଟ ସିରିଜରୁ ପ୍ରଥମ ମ୍ୟାଚଟି ବର୍ଷା କାରଣରୁ ଅଷ୍ଟ୍ରେଲିଆକୁ ଫାଇଦା ହୋଇଥିଲା । ଅଷ୍ଟ୍ରେଲିଆ ଠାରୁ ଅଧିକ ରନ କରିଥିଲେ ମଧ୍ୟ ଡିଏଲ ମେଥଡ ପାଇଁ ଶେଷରେ ଭାରତ ପରାଜୟ ବରଣ କରିଥିଲା ।