ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ଫଳ ସେବନ ଦ୍ୱାରା ଶରୀରକୁ ଅତ୍ୟଧିକ ମାତ୍ରାରେ ଫାଇଦା ମିଳିଥାଏ । ଏହାଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ମଧ୍ୟ ମିଳିଥାଏ । ଋତୁ ଅନୁଯାୟୀ ବଜାରକୁ ଫଳ ଆସିଥାଏ । ସେହି ସିଜନ୍ ଫଳ ମଧ୍ୟରେ ନାସପତି ଅନ୍ୟତମ ।
ଶରୀର ପାଇଁ ନାସପତି ଅତ୍ୟଧିକ ମାତ୍ରାରେ ଲାଭଦାୟକ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ନାସପତିରେ ଭରପୁର ମାତ୍ରାରେ ଖଣିଜ ତତ୍ୱ ଏବଂ ଭିଟାମିନ୍ସ ରହିଛି, ଯାହା ଶରୀର ପାଇଁ ଖୁବ୍ ଲାଭକାରୀ ।
ଅଧିକାଂଶ ଲୋକେ ନାସପତି ର ଚୋପା ଛଡାଇ ଖାଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଆପଣ ହୁଏତ ଜାଣିନଥିବେ କି ନାସପତିରୁ ଯେତିକି ଲାଭ ମିଳିଥାଏ,ସେତିକି ଲାଭ ନାସପତି ଚୋପା ଖାଇବା ଦ୍ୱାରା ବି ମିଳିଥାଏ । ନାସପତିରେ ଥିବା ଫାଇବର ପାଚନ ତନ୍ତ୍ର ପାଇଁ ଅତ୍ୟଧିକ ଫାଇଦା ହୋଇଥାଏ ।
ସେହିପରି ନାସପତିରେ ଅତ୍ୟଧିକ ମାତ୍ରାରେ ଫାଇବର ଥାଏ । ଯାହା ଶରୀରରେ ହିମୋଗ୍ଲୋବିନ ସ୍ତରକୁ ବଢାଇ ଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ହିମୋଗ୍ଲୋବିନ ମାତ୍ରା କମ୍ ରହିଥାଏ ତେବେ ତାଙ୍କୁ ନାସପତି ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହାସହିତ ଏହା ଏମୋନିଆ ପିଡୀତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ ।
ଅପରପେକ୍ଷ ଚେହେରାରେ ଚମକ ଆଣିବାରେ ନାସପତି ଖୁବ୍ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରୁ ସମସ୍ତ ଦାଗ ଦୂର ହୋଇଥାଏ । ଏହାସହିତ ନାସପତି ଖାଇବା ଦ୍ୱାରା କ୍ୟାଲସିୟମ ଅଭାବ ଦୂର ହେବା ସହ ହାଡ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।