ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜଣେ ଓଡିଆ ପୁଅ ଏବେ ପାକିସ୍ତାନ ହନିଟ୍ରାପରେ ଫସିଛନ୍ତି । ସେ ଜଣେ ପାକିସ୍ତାନୀ ହନିଟ୍ରାପର ଶୀକାର ହୋଇ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପ୍ରେରଣ କରୁଥିବା ସୂଚନା ମଳିଛି । ତାଙ୍କ ନାଁ ବିଚିତ୍ର ବେହେରା ସେ ଭାରତୀୟ ସୈନ୍ୟରେ କାର୍ଯ୍ୟକରୁଥିଲେ । ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆଙ୍କରୋଡା ଗାଁରେ ବୋଲି ଜଣା ପଡିିଛି । ତାଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସେ ନିଜର ଦୋଷ ସ୍ୱୀକାର କରିଥିବା ସୂଚନା ମଳିଛି । ତାଙ୍କ ସହିତ ଆଉ ଜଣେ ମଧ୍ୟପ୍ରଦେଶର ଯୁବକ ମଧ୍ୟ ରହିଥିଲେ ।
ଦୁଇ ଜଣଙ୍କୁ ରାଜସ୍ଥାନର ଜୋଧପୁର ରେଳ ଷ୍ଟେସନରୁ ମଙ୍ଗଳବାର ଗିରଫ କରାଯାଇଥିଲା । ଦୁହେଁ ଫେସବୁକ ୱାଟସଅପ ମାଧ୍ୟମରେ ସୂଚନା ଦେଉଥିଲେ । ଏନେଇ ରାଜସ୍ଥାନ ଏଡିଜି ଉମେଶ ମିଶ୍ର କହିଛନ୍ତି । ତେବେ ସେମାନେ ଶୀକାର ହୋଇଥିବା ମହିଳାଙ୍କ ଉଚ୍ଚାରଣ ପଞ୍ଜାବୀ ରହିଥିଲା । ସେମାନେ ପାକିସ୍ତାନ ଇଣ୍ଟରନେଟ ପୋଟାର୍କଲ ଅନୁସାରେ ଭଏସ ଓଭର କରି ଡାକୁଥିଲେ । ସୂଚନାଯୋଗ୍ୟ ଭାରତର ଗୋପନୀୟ ତଥ୍ୟ ଜାଣିବା ପାଇଁ ପାକିସ୍ତାନୀ ଏଜେଣ୍ଟମାନେ ଶୋସାଲ ମିଡିଆରେ ସକ୍ରିୟ ରହିଛନ୍ତି । ସେମାନେ ଶୋସାଲ ମିଡିଆ ମାଧ୍ୟମରେ ଭାରତୀୟ ସୈନ୍ୟ ମାନଙ୍କୁ ଫସାଇ ସେମାନଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି ।