ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନେଇଥିବା ନିଷ୍ପତ୍ତି ଦେଶ ବିରୋଧୀ । ଯଦି ଏମିତି ହୁଏ ଏନେଇ ମୁଁ କୋର୍ଟଙ୍କ ଦ୍ୱାରସ୍ତ ହେବି । ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହି ଆସିଥିବା ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏବେ ଏମିତି କିଛି ମନ୍ତବ୍ୟ ରଖି ଅଡୁଆରେ ପକାଇଛନ୍ତି ଦଳକୁ । ଏୟାର ଇଣ୍ଡିଆ ବିକ୍ରି କରିବା ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ସୁବ୍ରମଣ୍ୟମ ।
ଏହି ଅବସରରେ ସେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏମିତି ବର୍ଷିଛନ୍ତି କେନ୍ଦ୍ର ସରକାରଙ୍କ ଉପରେ । ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଆଜି ଠାରୁ ଡିଲ ପକ୍ରିୟା ଆରମ୍ଭ ହେଉଛି । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ । ସେପଟେ କଂଗ୍ରେସ ସାଂସଦ କପିଲ ଶିବଲ କହିଛନ୍ତି ସରକାର ଏୟାର ଇଣ୍ଡିଆ ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ନିଲାମୀ ଡାକିଛନ୍ତି । ଭାରତ ସରକାରଙ୍କ ପାଖରେ ଏବେ ଟଙ୍କା ନାହିଁ ସେହି ଟଙ୍କାର ଅଭାବ ପୂରଣ କରିବା ପାଇଁ ସେ ଏବେ ଏୟାର ଇଣ୍ଡିଆକୁ ବିକ୍ରି କରିଦେବାକୁ ବସିଛନ୍ତି ।