ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କାଷ୍ଟିଂ କାଉଚ୍ ଅଭିଯୋଗ ଆଣି ଅର୍ଦ୍ଧନଗ୍ନ ହୋଇ ବିଚ୍ ରାସ୍ତାରେ ବସିଥିବା ଟଲିଉଡ ଅଭିନେତ୍ରୀ ଶ୍ରୀ ରେଡ୍ଡୀ ଖୁବ୍ ବର୍ଷଛନ୍ତି ଅଭିନେତା ପବନ କଲ୍ୟାଣଙ୍କ ଉପରେ । ପବନଙ୍କ ବୟାନ ହିଁ ଚିଡାଇ ଦେଇଛି ଅଭିନେତ୍ରୀ ଶ୍ରୀ ରେଡ୍ଡୀଙ୍କୁ ।
ପବନଙ୍କ କହିବା ଥିଲା ମହିଳା ମାନେ ଟିଭି ଚ୍ୟାନେଲକୁ ଯାଇ କୌଣସି ଫାଇଦା ନାହିଁ ବରଂ ପୁଲିସ ଷ୍ଟେସନ ଯିବା ଦରକାର । ଏହିଭଳି ଅନ୍ୟାୟକୁ ଉେତ୍ତେ ଜନାଜନକ କରିବା ଅପେକ୍ଷା କୋର୍ଟରେ ଏହା ବିରୋଧରେ ସ୍ୱର ଉତ୍ତଳନ କରିବା ଉଚିତ୍ ।
ଅଭିନେତା ପବନ କଲ୍ୟାଣ ଦେଇଥିବା ଏହି ବୟାନର କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ଶ୍ରୀ ରେଡ୍ଡୀ । ପବନଙ୍କର ବୟାନ ଉପରେ ଖୁସି ନାହିଁ । ଅନ୍ୟ ମହିଳାଙ୍କୁ ସୁରକ୍ଷା ଦେବା ଲାଗି କହିଲେ ହେଲେ ମୋ ମାମଲାକୁ ଦବେଇ ଦେଲେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଅଭିନେତ୍ରୀ ରେଡ୍ଡୀ । ସିଧାସଳଖ ଜଣାଇଛନ୍ତି ସେ ଈର୍ଶା କିମ୍ବା ଲୋକପ୍ରିୟତା ହାସଲ କରିବା ପାଇଁ ଚେଷ୍ଟା କରୁନାହାନ୍ତି । ତାପରେ ଶ୍ରୀ ରେଡ୍ଡୀ ଏକ ସାକ୍ଷାତକାର ଜରିଆରେ ଅଭିନେତା ପବନ କଲ୍ୟାଣଙ୍କୁ ଖରାପ ଭାଷାରେ ଗାଳି ଦେଇ ଥିବା ଜଣାପଡିଛି ।