ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଯେଉଁଭଳି ଅପଣ ସୁସ୍ଥ ରହିବା ପାଇଁ ଆପଣଙ୍କ ଶରୀରର ଓଜନ ସଠିକ୍ ରହିବା ଆବଶ୍ୟକ । ଠିକ୍ ସେହିଭଳି ବୟସ ଅନୁସାରେ ଉଚ୍ଚତାକୁ ଧ୍ୟାନ ଦେବା ଉଚିତ୍ । ଆଜିକାଲିର ପରିବର୍ତ୍ତନ ଜୀବନଶୈଳୀ ହିସାବରେ ଛୋଟ ପିଲାମାନଙ୍କର ବୟସ ଅନୁଯାୟୀ ଉଚ୍ଚତା କମିଯାଉଛି । ଯେଉଁଥି ପାଇଁ ପିଲାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଛୋଟ ପିଲାମାନଙ୍କର ଉଚ୍ଚତା ବୃଦ୍ଧି ନହେବାରେ ମୁଖ୍ୟ କାରଣ ହେଉଛି ସେମାନଙ୍କର ଡାଏଟ ତାଲିକା । ମା’ବାପା ମାନେ ପିଲାଙ୍କ ପ୍ରତୀ ସଠିକ୍ ଧ୍ୟାନ ଦେଇନଥାନ୍ତି । ଯାହାଦ୍ୱାରା ସେମାନଙ୍କର ଶାରୀରିକ ବିକାଶ ମଝିରେ ହିଁ ରହି ଯାଇଥାଏ । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯେ ବୟସ ହିସାବରେ ପୁଅ ଏବଂ ଝିଅଙ୍କର ଉଚ୍ଚତା କେତେ ରହିବା ଉଚିତ୍ ।
ନବଜାତ ଶିଶୁ: ଯଦି ଆପଣଙ୍କ ଶିଶୁ ଛୋଟ ଅଛନ୍ତି ତେବେ ସେମାନଙ୍କର ଉଚ୍ଚତା ପ୍ରତୀ ଧ୍ୟାନ ଦିଅନ୍ତୁ । ପୁଅ ହୋଇଥିଲେ ତାଙ୍କର ଉଚ୍ଚତା ୧ ଫୁଟ୍ ୬ ଇଞ୍ଚ ଏବଂ ଝିଅ ହୋଇଥିଲେ ତାଙ୍କର ଉଚ୍ଚତା ୧ ଫୁଟ୍ ୫ ଇଞ୍ଚ ହେବା ଦରକାର ।
୩ ରୁ ୫ ମାସ ଶିଶୁ: ପୁଅର ଉଚ୍ଚତା ୨ ଫୁଟ୍ ଏବଂ ଝିଅର ଉଚ୍ଚତା ୧ ଫୁଟ୍ ୯ ଇଞ୍ଚ ।
୬ ରୁ ୮ ମାସ ଶିଶୁ: ପୁଅଙ୍କ ଉଚ୍ଚତା ୨ ଫୁଟ୍ ୨ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୨ ଫୁଟ୍ ୧ ଇଞ୍ଚ ହେବା ଆବଶ୍ୟକ ।
୯ ରୁ ୧୧ ମାସ ଶିଶୁ: ଏହି ବୟସରେ ପୁଅଙ୍କ ଉଚ୍ଚତା ୨ ଫୁଟ୍ ୪ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୨ ଫୁଟ୍ ୩ ଇଞ୍ଚ ରହିବା ଦରକାର ।
୧ ବର୍ଷର ଶିଶୁ: ଏହି ବୟସରେ ପୁଅଙ୍କ ଉଚ୍ଚତା ୨ ଫୁଟ୍ ୫ ଇଞ୍ଚ ଏବଂ ଝ୍ଅଙ୍କ ଉଚ୍ଚତା ୨ ଫୁଟ ୪ ଇଞ୍ଚ ।
୨ ବର୍ଷର ଶିଶୁ: ପୁଅଙ୍କ ଉଚ୍ଚତା ୨ ଫୁଟ ୮ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୨ ଫୁଟ ୭ ଇଞ୍ଚ ହେବା ଆବଶ୍ୟକ ।
୩ ବର୍ଷର ଶିଶୁ: ପୁଅଙ୍କ ଉଚ୍ଚତା ୩ ଫୁଟ ୧ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୩ ଫୁଟ ।
୪ ବର୍ଷର ଶିଶୁ: ଏହି ବୟସରେ ପୁଅଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ଏବଂ ଝିଅଙ୍କ ୩ ଫୁଟ ୩ ଇଞ୍ଚ ।
୫ ବର୍ଷର ଶିଶୁ: ଯଦି ଶିଶୁର ବୟସ ୫ ବର୍ଷ ତେବେ ପୁଅ ହୋଇଥିଲେ ଉଚ୍ଚତା ୩ ଫୁଟ ୬ ଇଞ୍ଚ ଏବଂ ଝିଅ ହୋଇଥିଲେ ୩ ଫୁଟ ୫ ଇଞ୍ଚ ହେବା ଆବଶ୍ୟକ ।
୬ ବର୍ଷର ଶିଶୁ: ଏହି ବୟସରେ ପୁଅଙ୍କ ଉଚ୍ଚତା ୩ ଫୁଟ ୮ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୩ ଫୁଟ ୭ ଇଞ୍ଚ ।
୭ ବର୍ଷର ଶିଶୁ: ପୁୃଅଙ୍କ ଉଚ୍ଚତା ୪ ଫୁଟ ଏବଂ ଝିଅଙ୍କ ଉଚ୍ଚତା ୩ ଫୁଟ ୯ ଇଞ୍ଚ ।
୮ ବର୍ଷର ଶିଶୁ: ଏହି ବୟସରେ ପୁଅ ୪ ଫୁଟ ୨ ଇଞ୍ଚ ଏବଂ ଝିଅ ୪ ଫୁଟ ୧ ଇଞ୍ଚ ହେବା ଦରକାର ।
୯ ବଷୟର ଶିଶୁ: ପୁଅଙ୍କ ଉଚ୍ଚତା ୪ ଫୁଟ ୪ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୪ ଫୁଟ ୩ ଇଞ୍ଚ ।
୧୦ ବର୍ଷର ଶିଶୁ : ଏହି ବୟସରେ ପିଲାମାନଙ୍କ ଉଚ୍ଚତା ଖୁବ୍ ଶୀଘ୍ର ବଢିଥାଏ । ସେଥିପାଇଁ ଧ୍ୟାନ ହେବା ଉଚିତ୍ । ପୁଅଙ୍କ ଉଚ୍ଚତା ୪ ଫୁଟ ୫ ଇଞ୍ଚ ଏବଂ ଝିଅଙ୍କ ଉଚ୍ଚତା ୪ ଫୁଟ ୪ ଇଞ୍ଚ ହେବା ଉଚିତ୍ ।