ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ସୁପରଷ୍ଟାର ଶ୍ରୀଦେବୀଙ୍କ ବିୟୋଗ ପରେ ଏବେ ସଂପୁର୍ଣ୍ଣ ଦାୟିତ୍ୱ ଝିଅ ଜାହ୍ନବୀ କପୁରଙ୍କ ଉପରେ । ଯେଉଁଭଳି ଭାବେ ଶ୍ରୀଦେବୀ ତାଙ୍କ ପତୀ ବୋନି କପୁରଙ୍କ ଧ୍ୟାନ ରଖୁଥିଲେ । ଠିକ୍ ସେହିଭଳି ଝିଅ ଜାହ୍ନବୀ କପୁର ମଧ୍ୟ ପିତାଙ୍କର ସଂପୂର୍ଣ୍ଣ ଧ୍ୟାନ ନେଉଛନ୍ତି ।
ମେ ୩ରେ ବିଜ୍ଞାନ ଭବନ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ ଫିଲ୍ମ ଆୱାର୍ଡ ୨୦୧୮ରେ ବୋନି କପୁରଙ୍କ ସହିତ ଦୁଇଝିଅଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମ ‘ମମ୍’ ରେ ଶ୍ରୀଦେବୀଙ୍କର ଅଭିନୟ ପାଇଁ ତାଙ୍କୁ ପୁରସ୍କୃତ କରାଯାଉଥିଲା । ସେହି ପୁରସ୍କାରଟି ତାଙ୍କ ଝିଅ ଜାହ୍ନବୀ ଗ୍ରହଣ କରିଥିଲେ । ସେହି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ମାତ୍ର ସେହି ସବୁ ଫଟୋ ମଧ୍ୟରୁ ଗୋଟେ ଫଟୋ ଏଭଳି ଥିଲା । ଯାହା ସମସ୍ତଙ୍କର ହୃଦୟକୁ ଛୁଇଁଲା ଭଳି ହୋଇଥିଲା ।
ଆଜ୍ଞା ହଁ, ପୂର୍ବରୁ ଯେଉଁଭଳି ଭାବେ ଶ୍ରୀଦେବୀ, ବୋନି କପୁରଙ୍କ ମଥାରୁ ଝାଳ ପୋଛି ଦେଉଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା । ଠିକ୍ ସେହିଭଳି ଭାବେ ଝିଅ ଜାହ୍ନବୀ ମଧ୍ୟ ତାଙ୍କ ପିତାଙ୍କ ମଥାରୁ ଝାଳ ପୋଛୁଥିବାର ଦେଖିବାକୁ ମିଳିଛି । ଯାହା ସାଧାରଣ ବ୍ୟକ୍ତିଙ୍କ ହୃଦୟକୁ ଏହି ଫଟୋଟି ଖୁବ୍ ଛୁଇଁଛି ।