ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ସବୁ ମା’ ଓ ବାପାଙ୍କର ସ୍ୱପ୍ନ ଥାଏ ଝିଅ ବିବାହ । ଝିଅର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମା’-ବାପାଙ୍କର ଚିନ୍ତା ସେତେ ମାତ୍ରାରେ ବଢିଥାଏ । କିଭଳି ଭଲ ବରପାତ୍ର ଟିଏ ମିଳିବ ଏବଂ ଧୁମଧାମରେ ଝିଅର ବିଦାଇ ହେବ । ସେଥିପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତ ଚଲାଇଥାନ୍ତି । ଏବଂ ବିବାହ ପରେ ଝିଅକୁ ଅନେକ ଜିନିଷ ଉପହାର ସ୍ୱରୂପ ଦେଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଝିଅ ବିଦାଇ ବେଳେ କେଉଁ ଜିନିଷଟି ଉପହାରରେ ଦେବା ଅନୁଚିତ୍ । ତେବେ ଆସନ୍ତୁ ଜାଣିବା..
ଜ୍ୟୋତିଷ ଶସ୍ତ୍ର ଅନୁଯାୟୀ, ଝିଅର ବିବାହ ପରେ ବା ବିଦାଇ ସିମୟରେ ପରିବାର ପକ୍ଷରୁ ଝିଅକୁ ଅନେକ ଜିନିଷ ଉପହାରରେ ଦିଆ ଯାଇଥାଏ । ସେହି ସବୁ ଜିନିଷ ମଧ୍ୟରୁ ଭଗବାନ ଗଶେଶଙ୍କର ମୂର୍ତ୍ତି କଦାପି ଉପହାରରେ ଦିଅନ୍ତୁ ନାହିଁ ।
କିଛି ଲୋକ ଝିଅ ଜୀବନରେ ସୁଖ ଶାନ୍ତି ପାଇଁ ଶୁଭତାର ପ୍ରତୀକ ହିସାବରେ ଉପହାରରେ ଗଣେଶ ମୂୂର୍ତ୍ତି ଦେଇଥାନ୍ତି । ବିଲକୁଲ ଏଭଳି କରନ୍ତୁ ନାହିଁ । ଗୃହରୁ ଲକ୍ଷ୍ମୀ ଛାଡି ପଳାଇବେ ।
ଶାସ୍ତ୍ର ଅନୁଯାୟୀ,ଝିଅମାନଙ୍କୁ ଲକ୍ଷ୍ମୀ ମା’ଙ୍କ ଆକ୍ଷା ଦିଆ ଯାଇଥାଏ । ଭଗବାନ ଗଣେଶ ଏବଂ ଲକ୍ଷ୍ମୀ ଏକା ସାଥୀରେ ଧନ ଏବଂ ସୌଭାଗ୍ୟର ସଂକେତ ଅଟନ୍ତି । ସେଥିପାଇଁ ବିଲକୁଲ ଏଭଳି ଭୁଲ କରନ୍ତୁ ନାହିଁ ।