ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ସିନେମା ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଆୟୁସିୟୁରେ ରଖାଯାଇଛି । ଏନେଇ ବିଜୟ ମହାନ୍ତିଙ୍କ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇଛନ୍ତି ।
ତନ୍ଦ୍ରା ରାୟ କହିଛନ୍ତି କି, ଗତକାଲି ମେଡିକାଲ ଚେକ୍ ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ ବିଜୟ ମହାନ୍ତି । ସେଠାରେ ତାଙ୍କର ହୃଦଘାତ ବାହାରିଥିଲା । ଏହାପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ହେବ ପରିବାର ସହ ହାଇଦ୍ରାବାଦରେ ରହୁଛନ୍ତି ଶ୍ରୀ ମହାନ୍ତି ।