ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡିରେକ୍ଟର ମୁକେଶ ଅମ୍ବାନୀ ଏବେ ଦୁନିଆର ଶୀର୍ଷ ୧୦ ଧନୀ ତାଲିକାରେ ସାମିଲ ହୋଇଛନ୍ତି । ଫୋର୍ବ୍ସ ରିୟଲ ଟାଇମ ବିଲେନିୟରର ତାଲିକା ମୁତାବକ, ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏବେ ୬୪.୬ ଅରବ ଡଲାର ହୋଇଯାଇଛି ଏବଂ ସେ ଦୁନିଆର ୯ମ ସ୍ଥାନରେ ରହିଛନ୍ତି । ରିପୋର୍ଟ ମୁତାବକ ରିଲିଆନ୍ସ ଇଣ୍ଡଷ୍ଟ୍ରିର ଋଣମୁକ୍ତ ହେବାର ଘୋଷଣା ପରେ ଶୁକ୍ରବାର ଏହାର ସେୟାର ଉଚ୍ଚ ସ୍ତରରେ ପହଁଚି ଯାଇଥିଲା ।
ରିଲିଆନ୍ସ ଇଣ୍ଡଷ୍ଟ୍ରି ଜିଓ ପ୍ଲାଟ ଫର୍ମରେ ତାର ୨୪.୭୧ ପ୍ରତିଶତ ସେୟାର ବିକ୍ରି କରି ମାତ୍ର ୫୮ ଦିନରେ ହିଁ ୧,୬୮,୮୧୮ କୋଟି ଟଙ୍କା ଏକାଠି କରି ଋଣମୁକ୍ତ ହୋଇଯାଇଛି । ଶୁକ୍ରବାର ସେୟାର ବଜାର ବନ୍ଦ ହେବା ପରେ କମ୍ପାନୀର ମାର୍କେଟ କ୍ୟାପିଟାଲ ୧୧.୫୨ ଲକ୍ଷ କୋଟି ଟଙ୍କାରେ ପହଁଚି ଯାଇଛି । ଏହା ଭାରତ ପ୍ରଥମ ଏଭଳି କମ୍ପାନୀ , ଯାହାର ମାର୍କେଟ କ୍ୟାପିଟାଲ ୧୫୦ ଅରବ ଡଲାର ।