ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଦ୍ୱିତୀୟ ବିସ୍ତାର ହେବାକୁ ଯାଉଛି । ଏହି ମନ୍ତ୍ରୀମଣ୍ଡଳ ବିସ୍ତାର ଉପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୋହର ଲଗାଇ ଦେଇଛନ୍ତି । ମଧ୍ୟପ୍ରଦେଶ କ୍ୟାବିନେଟ୍ ରେ ୨୫ ରୁ ୩୦ ନୂତନ ଚେହେରାକୁ ସ୍ଥାନ ମିଳିପାରେ ।
ଦୀର୍ଘ ଦିନ ହେବ ଶିବରାଜ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ଅଟକି ରହିଥିଲା । ଯେବେଠାରୁ ଶିବରାଜ ଦିଲ୍ଲୀରୁ ଆଲାକମାନ ଙ୍କୁ ଭେଟି ଫେରିଛନ୍ତି ସେବେଠାରୁ ବିସ୍ତାରର ଅଟକଳ ଚାଲିଥିଲା । କିନ୍ତୁ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି ଆଜି ନୂତନ ମନ୍ତ୍ରୀ ଶପଥ ନେବେ ।ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାରରେ ୨୫ ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ନିବାସରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଦେଶ ପ୍ରଭାରୀ ବିନୟ ସହସ୍ରବୁଦେ୍ଧ,ପ୍ରଦେଶାଧ୍ୟକ୍ଷ ବିଷ୍ଣଦତ୍ତ ଶର୍ମା ଏବଂ ପ୍ରଦେଶ ମହାମନ୍ତ୍ରୀ ସୁହାସ ଭଗତ ଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏକ ବୈଠକ ଚାଲିଥିଲା ।