ପୁରୀ (ଏଟିଆର ବ୍ୟୁରୋ): ପୁରୀକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥାନ୍ତି । ଶ୍ରୀମନ୍ଦିରର ଐତିହର ବିକାଶ ଓ ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରସାର କରାଇବା ପାଇଁ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଗତ ବର୍ଷ ନଭେମ୍ବର ମାସରେ ମନ୍ଦିର ଚର୍ତୁଃପାଶ୍ୱର୍ରୁ ୭୫ ମିଟର ଉଛେଦ କରି ଏହି ଐତିହ କରିଡର ନିର୍ମାଣ କରିବା ପାଇଁ ନିସ୍ପତି ନେଇଥିଲେ । ସେପଟେ ଶ୍ରୀମନ୍ଦିର ଚର୍ତୁଃପାଶ୍ୱର୍ ଜମି ଅଧିଗ୍ରହଣ କରାଯାଇ ଉଚ୍ଛେଦ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ମହାମାରୀ କରୋନା ପାଇଁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ।
ତେବେ ମାର୍ଚ୍ଚ ମାସରୁ ବନ୍ଦ ହୋଇ ରହିଥିବା ଉଚ୍ଛେଦ କାର୍ଯ୍ୟ ଆଜି ଠାରୁ ପୁର୍ନଃ ବାର ଆରମ୍ଭ ହୋଇ ଯାଇଛି । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବାସେଳିସାହି ମୌଜାରୁ ଏହି କାର୍ଯ୍ୟକୁ କରାଯାଉଛି । ୭୫ ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି। ଏ ନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଟି ଡ୍ରୋଜର ଲଗାଯାଇଛି । ତେବେ ଉଚ୍ଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରେଟର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତା ପରେ କୋଠାକୁ ଭଙ୍ଗା ଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।
ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା
Tags #AtrNews #Odisha