ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାତି ପାଇଲେ ଗଣେଶ ପୂଜା । ଏନେଇ ଲୋକଙ୍କ ମନରେ ଯେତିକି ଖୁସି ସେତିକି ମଧ୍ୟ ଭୟ ଦେଖିବାକୁ ମିଳୁଛି । କାରଣ ଚଳିତ ବର୍ଷ କରୋନା ମହାମାରି ପାଇଁ ରାଜ୍ୟରେ ବିଭିନ୍ନ କଟକଣା ଜାରି ରହିଥିବା ବେଳେ ଏହିଭଳି ମହାମାରୀ ସମୟରେ କିପରି ପୂଜା ହେବା ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କରୋନା ପାଇଁ ଟ୍ୱିନ ସିଟିରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିଦ୍ଦେଶ ନାମା ଜାରି କରାଯାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ପୂଜା କମିଟି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ସ୍ଥାନୀୟ ପ୍ରଶାସନ ପୂଜା ଅୟୋଜନ ହେବା ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ । ତେବେ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଚଳିତ ବର୍ଷ ସାର୍ବଜାନିକ ସ୍ଥାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ପୂଜା ପାଳନଠାରୁ ମଣିଷ ଜୀବନ ବେଶି ମୂଲ୍ୟବାନ ହୋଇଥିବାରୁ ଗଣେଶ ପୂଜା ପାଳନ କରାଯିବନାହିଁ ।
ଗଣେଶ ପୂଜା ସହରରେ ହେଲେ ସାମାଜିକ ଦୂରତ୍ବ ରହିବ ନାହିଁ ତେଣୁ ପୂଜା ବନ୍ଦ କରାଯିବ । ଅନ୍ୟପଟେ ବିଭିନ୍ନ ସ୍କୁଲରେ ଗଣେଶ ପୂଜା ପାଳନ ସମୟରେ କୌଣସି ଛାତ୍ରଛାତ୍ରୀ ରହିବେ ନାହିଁ ବରଂ ଶିକ୍ଷକଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ପୂଜା ଆୟୋଜିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସାର୍ବଜାନିକ ସ୍ଥାନରେ ପାଳନ ହେବନି ଗଣେଶ ପୂଜା, ବିନା ଛାତ୍ରଛାତ୍ରୀରେ ପୂଜା ପାଇବେ ବିଘ୍ନବିନାଶକ
Tags #AtrNews #Odisha