ଡେରାଡୁନ(ଏଟିଆର ବ୍ୟୁରୋ):ଦିନକୁ ଦିନ ବଢୁଛି ସୀମା ବିବାଦ । ଚୀନ ଚଲେଇବାରେ ଲାଗିଛି ନୂଆ ଚାଲ , ଗୋଟେ ପରେ ଗୋଟେ କାରନାମା କରି ଚାଲିଛି ଚୀନ । ପୂର୍ବ ଲଦ୍ଦାଖରେ ସୈନ୍ୟ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ଚୀନ ଏବେ ତିଅଆରି କରୁଛି ସୈନ୍ୟ ଘାଟି । ଯାହାକୁ ନେଇ ଭାରତୀୟ ସେନା ବର୍ତ୍ତମାନ ସତର୍କତା ଅବଲମ୍ବନ କରିଛି । ସେଥିପାଇଁ ଏଠାକୁ ନିର୍ମାଣ ସାମଗ୍ରୀ ମଧ୍ୟ ଚୀନ୍ ପହଞ୍ଚାଇ ସାରିଲାଣି। ଚୀନ୍ର ପ୍ରତ୍ୟେକ କାଣ୍ଡ ଉପରେ ଭାରତ ଏଠାରେ ଉଭୟ ସ୍ଥଳ ଓ ଆକାଶ ମାର୍ଗରେ ନଜର ରଖିଛି। ଖବରରୁ ଜଣା ପଡିଛି ଯେ ଚୀନ୍ର ପାଲା ସେହି ସ୍ଥାନ ଯେଉଁଠି ବିବାଦ ଉପୁଜିବା ଯୋଗୁ ୨୦୦୨-୦୩ରେ ଭାରତ-ଚୀନ୍ ଅଧିକାରୀ ସ୍ତରୀୟ ବୈଠକ ହୋଇଥିଲା। ତେବେ ପୁଣି ଥରେ ସମ୍ପୃକ୍ତ କ୍ଷେତ୍ରରେ ଚୀନ୍ ଗତିବିଧି ବଢିବା ପରଠାରୁ ଭାରତୀୟ ସେନା ଲିପୁଲେଖଠାରୁ ସମଗ୍ର ନେପାଲ ସୀମାରେ ସୁରକ୍ଷା କଡାକଡି କରିଛି। ବିଏସ୍ ଏଫ ନେପାଳ ପଟରୁ କୌଣସି ଅନୁପ୍ରବେଶ ରୋକିବା ଲାଗି ନାକାବନ୍ଦୀ କରିଥିବା ବେଳେ ସମସ୍ତ ସଂଯୋଗ ରାସ୍ତା ସିଲ କରିଦେଇଛି।
ଲଦ୍ଦାଖ ସୀମାରେ ମୁହାଁମୁହିଁ ଅବସ୍ଥାକୁ ଦେଖି ଭାରତୀୟ ସେନା ମିଲମରୁ ଲିପୁଲେଖ ପର୍ୟ୍ୟନ୍ତ ସୀମାରେ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଛି। ନେପାଳ ସୀମାରେ ଏବେ କଡା କଡି ଭାବେ ଭାରତୀୟ ସେନା ନିଜର କାମ କରୁଛନ୍ତି । ଭାରତ ଓ ନେପାଳ ସୀମା କାଳି ନଦୀ ଦ୍ୱାରା ନିର୍ଦ୍ଧାରିତ ହୋଇଛି। ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ଲାଗି ଥିବା ଝୁଲାପୋଲ କରୋନା ସଂକ୍ରମଣ ପାଇଁ ଗତ ୫ ମାସ ହେଲା ବନ୍ଦ ରହିଛି। ତେବେ କେତେକ ସ୍ଥାନରେ ନେପାଳ ଲୋକେ ତାର ବାନ୍ଧି ଲୁଚି ଛପି ଭାରତର ସୀମା ପାର କରୁଥିବା ଦେଖିବାକୁ ମିଳିଛି । ଏବେ ବିଏସଏଫ ଏ ସବୁ ରାସ୍ତା ମଧ୍ୟ କାଟି ଦେଇଛି। ଏହା ଛଡା ଯୁଦ୍ଧ ବିମାନ ଦ୍ୱାରା ସୀମା ଉପରେ ମଧ୍ୟ କଡା ନଜର ରଖାଯାଇଥିବା ଜଣାପଡିଛି। ବର୍ତ୍ତମାନ ଭାରତୀୟ ସେନା ପ୍ରତି ମୂହୁର୍ତ୍ତରେ ସଜାଗ କହୁଛି ଓ ଚୀନର ଗତିବିଧି ପରଖୁଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024