କଟକ(ଏଟିଆର ବ୍ୟୁରୋ): ଆମ ଗହଣରେ ଆଉ ନାହାନ୍ତି ଯାତ୍ରା ଜଗତର ଫେମସ କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍। ପରଲୋକରେ ଲୋକପ୍ରିୟ ଯାତ୍ରା ଖଳନାୟକ । ତାଙ୍କ ବିୟୋଗରେ ସାରା ଓଡ଼ିଆ କଳାକାର ଜଗତରେ ଏବେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ବେଳେ ତାଙ୍କୁ ୫୫ ବର୍ଷ ହୋଇଥିଲା , ହୃଦଘାତରେ ତାଙ୍କର କଟକ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି । ଭିକୁ ସେଠ୍ ନାଁରେ ପରିଚିତ, ଥିଲେ ମହେନ୍ଦ୍ର ଦାସ । ଯାତ୍ରା ଜଗତରେ ସେ ଥିଲେ ଜଣେ ନାମୀ କଳାକାର । ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତାକୁ ନେଇ ଖୁବ ଚର୍ଚ୍ଚା । ‘ଶାଗୁଣା ବସିଛି ଡେଣା ମେଲାଇ’ରୁ ଲୋକପ୍ରିୟତା ହାସଲ କରିଥିଲେ ମହେନ୍ଦ୍ର ଦାସ । ସେ ଥିଲେ ଏହି ବହୁ ଚର୍ଚ୍ଚିତ ନାଟକର ଖଳନାୟକ । ତାଙ୍କର ସଂଳାପ ଖୁମ୍ପି ଦେଲୁ ଭଲ କଲୁ , ନା ଟା ତାହେଲେ ମିନା ଭଳି ଡାଇଲକ ସବୁ ଯାତ୍ରା ପ୍ରେମୀଙ୍କ ମୁହଁରେ ମୁଖସ୍ତ ହୋଇ ରହିଛି । ଅନ୍ଧ ଦେଶେ ଗଲି ଦର୍ପଣ ବିକି, ମୋ ପେଁକାଳି ବଙ୍କକ୍ସବ ଦେ, ଜିଅନ୍ତୁ ଶବ, ଶୀକୃଷ୍ନ ଆସୁଛନ୍ତି , ତୁ ଥା ମୁ ଜାଉଛି ରୁଷି ଭଳ ଯାତ୍ରାକୁ ସେ ଅଧିକ ପସନ୍ଦ କରିଥିଲେ । ଏହା ଛଡା ପାର୍ବତି ଗଣନାଟ୍ୟର ସବୁଠି ବୁଲୁଛି ସାଗୃଣା ଆଖିରେ ମଧ୍ୟ ସେ ଅଭିନୟ କରିଥିଲେ । ତାଙ୍କୁ ଯେଉଁ ଚରିତ୍ର ଦିଆଯାଏ ସେ ପ୍ରାୟ ସେ ସବୁ ଚରିତ୍ରକୁ ଭଲ ଭାବେ କରି ଥାଆନ୍ତି । ହେଲେ ଏବେ ଆଉ ତାଙ୍କର ସେଇ ଡାଇଲକ ଶୁଣି ପାରିବେନି ଯାତ୍ରା ପ୍ରେମୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024