କଟକ (ଏଟିଆର ବ୍ୟୁରୋ):ଚଳିତବର୍ଷ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ପାର୍ବଣକୁ ନେଇ ଅନେକ କଟକଣା ଲାଗାଯାଇଛି । ତେବେ ଆଉ ଦିନ କେତେଟା ପରେ ମା ଦୁର୍ଗାଙ୍କର ପୂଜା ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ମଣ୍ଡପ ଗୁଡିକ ପକ୍ଷରୁ କୋର୍ଟରେ ମାମଲା ଦାଖଲ କରାଯାଉଛି । ଚଳିତବର୍ଷ ମା’ ଙ୍କର ମୂର୍ତ୍ତିର ଉଚ୍ଚତା କମାଇବାକୁ ନିର୍ଦ୍ଦେଶ ଥିବାବେଳେ ଏହାକୁ ନେଇ ବିଭିନ୍ନ ମଣ୍ଡପର ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି ।
ଯାହାଫଳରେ ପୂର୍ବରୁ କିଛି ମାମଲା ହାଇକୋର୍ଟରେ ଦାଖଲ ହୋଇଥିବା ବେଳେ ଆଜି ପୁଣି ଆଉ ୩ଟି ମାମଲା ଦାଖଲ କରାଯାଇଛି । ତେବେ ହାଇକୋର୍ଟରେ ୩ଟି ମାମଲା ରୁଜୁ କରିଛି ବାଲୁବଜାର ପୂଜା କମିଟି । କମିଟି ପକ୍ଷରୁ ଅଦାଲତ ଅବମାନନା, ରିଭ୍ୟୁ ଓ ରିଟ୍ ପିଟିସନ ଦାଖଲ କରାଯାଇଛି ।
ପୋଲିସ କମିଶନରଙ୍କ ନାଁରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ରାୟ ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ରିଟ୍ ପିଟିସନ ହୋଇଛି ।
କଟକ ଦୁର୍ଗା ମୂର୍ତ୍ତି ପ୍ରସଙ୍ଗରେ ହାଇକୋର୍ଟରେ ଦାଖଲ ହେଲା ୩ଟି ନୂଆ ମାମଲା
Tags #AtrNews #Odisha