ମୁମ୍ବାଇ(ଏଟିଆର ବ୍ୟୁରୋ):ଡ୍ରଗ୍ସ ମାମଲାରେ ଏନସିବି ଆଗରେ ରିୟା ନେଇଥିଲେ ପ୍ରଥମେ ସାରା ଅଲି ଖାନ ଓ ରାକୁଲ ପ୍ରୀତଙ୍କ ନାମ , ପରେ ସେ ଶ୍ରଦ୍ଧା କପୁର ଓ ଦୀପିକାଙ୍କ ନାମ ନେଇଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସାରା ଅଲି ଖାନ, ଶ୍ରଦ୍ଧା କପୁର ଦୀପିକା ପାଦୁକୋନଙ୍କୁ ସମନ ଜାରି କରିଥିଲା । ତେବେ ଗତ କାଲି ରକୁଲଙ୍କୁ ଜେରା କରିବା ପରେ ଆଜିି ଏନସିବି ସାରା ଅଲି ଖାନ, ଶ୍ରଦ୍ଧା କପୁର ଦୀପିକା ପାଦୁକୋନଙ୍କୁ ଡ୍ରଗ୍ସ ମାମଲାରେ ପ୍ରଶ୍ନ ପଚାରିବ । ଏନସିବି ଦାବି କରିଛି ଯେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏହି ଚାରିଜଣ ଅଭିନେତ୍ରୀଙ୍କ ନାମ ନେଇଥିଲେ। ନିକଟରେ ରାହୁଲ ବିଶ୍ରାମ ନାମକ ମୁମ୍ବାଇର ଜଣେ ଡ୍ରଗ୍ସ ବ୍ୟବସାୟୀ ଧରାପଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ଗ୍ୟାଙ୍ଗରେ ଖୋଜା ଚାଲିଛି। ବର୍ତ୍ତମାନ ଏନସିବି ରିୟା ନାମ ନେଇଥିବା କଳାକାରଙ୍କୁ ଡକାଇ ସେମାନଙ୍କୁ ପଚରାଉଚରା କରିବ ଏବଂ ବଲିଉଡରେ ଚାଲିଥିବା ଡ୍ରଗ୍ସ ସଂଯୋଗର ଖୋଳତାଡ ମଧ୍ୟ କରିବ । ତେବେ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଡ୍ରଗ୍ସ ମାମଲାରେ ହ୍ୱାଟ୍ସଆପ ଚାଟ ଜରିଆରେ ସାମ୍ନାକୁ ଆସିଥିଲା । ତେଣୁ ଦୀପିକା ଆଜି ଏନସିବି ଅଫିସରେ ପହଞ୍ଚିଥିବା ବେଳେ , ସାରା ଓ ଶ୍ରଦ୍ଧାଙ୍କୁ ମଧ୍ୟ ଆଜି ହାଜିର ହେବାକୁ ପଡିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024