ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମନ୍ତ୍ରରେ ଅନେକ ଶକ୍ତି ରହିଥାଏ । ଯାହାର ବଳ ଦ୍ୱାରା ସମସ୍ତ କାର୍ଯ୍ୟକୁ ସିଦ୍ଧି କରାଯାଇ ପାରିବ । ପବନ ପୁତ୍ର ହନୁମାନ ହେଉଛନ୍ତି ଅଷ୍ଟ ସିଦ୍ଧି ଏବଂ ନବ ନିଦ୍ଧିମାନଙ୍କର ଦାତ୍ତା । ତାଙ୍କ ଦ୍ୱାରା ଅସମ୍ଭବ ଜିନିଷ ସମ୍ଭବ ହୋଇପାରିବ । ଯଦି ଆପଣଙ୍କ ଜାତକରେ ନବଗ୍ରହ ସମ୍ବନ୍ଧୀୟ କୌଣସି ଦୋଷ କିମ୍ବା ଶତୃଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହନୁମାନ ଚାଳିଶାର ଏହି ଚୌପାଇ ଯପ କରନ୍ତୁ । ହନୁମାନ ଭଗବାନ ଶ୍ରୀ ରାମଙ୍କର ପ୍ରତ୍ୟେକ କାର୍ଯ୍ୟରେ ସହାୟକ ହୋଇଛନ୍ତି । ଯଦି ଆପଣ ବି ଆପଣଙ୍କ ଶତୃଙ୍କଠାରୁ ବିଜୟଲାଭ କରିବାକୁ ଚହୁଁଛନ୍ତି,ତେବେ ହନୁମାନ ଚାଳିଶାର ଏକ ମାଳା ଯପ କରନ୍ତୁ ।
ଚୌପାଇ-ସଙ୍କଟ ତେ ହନୁମାନ ଛୁଡାବେ,ମନ କ୍ରମ ବଚ୍ଚନ ଧ୍ୟାନ ଜୋ ଲାବେ ।
ଯଦି ଆପଣ ଏହି ଚୌପାଇ କୁ ପ୍ରତିଦିନ ଯପ କରି ପାରିବେନି , ତେବେ ଆପଣ ମଙ୍ଗଳବାର କିମ୍ବା ଶନିବାର ଯପ କରନ୍ତୁ । ଏହି ଚୌପାଇ ଏତେ ଶକ୍ତିଶାଳୀ ଯେ ଏହା ସମସ୍ତ ବାଧା ବିଘ୍ନକୁ ଦୂର କରି ଦେଇଥାଏ ।ଏହାଦ୍ୱାରା ଶନି ଏବଂ ମଙ୍ଗଳ ସମ୍ବନ୍ଧିତ ସମସ୍ତ ଦୋଷ ଶାନ୍ତ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତି ଜାତକରେ ଥିବା ସମସ୍ତ ଗ୍ରହ ଦୋଷ ଏବଂ ଅନ୍ୟ ସମସ୍ତ ସମସ୍ୟା ଖଣ୍ଡନ ହୋଇଥାଏ ।