ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜିକାଲି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଡିମାଣ୍ଡ ଖୁବ୍ ଅଧିକ ରହିଛି । ନିକଟରେ ପ୍ରିୟଙ୍କା ଆମେରିକା ଟିଭି ଶୋ’ କ୍ୱାଣ୍ଟିକୋ ସିଜିନ-୩ ଏବଂ ହଲିଉଡ ଫିଲ୍ମରେ ଡେବ୍ୟୁ କରିବା ପରେ ସେ ଭାରତ ଫେରିଛନ୍ତି ।
ବିଦେଶରୁ ଫେରିଲା ପରେ ପ୍ରିୟଙ୍କାଙ୍କୁ ବଲିଉଡର ଏକ ଫିଲ୍ମ ପାଇଁ ଅଫର ଆସିଛି । ମିଳିଥିବା ଖବର ସୂତ୍ରରୁ ପ୍ରିୟଙ୍କା ସଲମାନ ଖାନ୍ ଷ୍ଟାରର ଫିଲ୍ମ ‘ଭାରତ’ରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।
ଏହି ଫିଲ୍ମ ପାଇଁ ପ୍ରିୟଙ୍କା ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫରଙ୍କୁ ୧୨ କୋଟି ଟଙ୍କା ଦାବି କରିଛନ୍ତି । ଯଦି ପ୍ରିୟଙ୍କାଙ୍କ ଏହି ଦାବିକୁ ପୂରଣ କରାଯିବ, ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେକେଣ୍ଡ ହାଇଏଷ୍ଟ ପେଡ୍ ଅଭିନେତ୍ରୀ ହେବେ । ଏହା ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ପଦ୍ମାବତ’ ପାଇଁ ୧୨ କୋଟି ଟଙ୍କା ନେଇ ସାରିଛନ୍ତି ।
ସୂଚନାଅନୁଯାୟୀ, ପ୍ରିୟଙ୍କା ଖୁବ୍ ବୁଝିସୁଝି ଫିଲ୍ମକୁ ବାଛି ଥାନ୍ତି । ଏବଂ ତାଙ୍କ କହିବାନୁଯାୟୀ ସେ ସଲମାନଙ୍କ ଭଳି ଦମଦାର ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି ।