ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଗୋଟେ ଦିନ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଏହାପୂର୍ବରୁ ଆଜି ମଙ୍ଗଳ ଆଳତୀ ପରେ ଦଇତା ସେବକମାନେ ଶ୍ରୀମନ୍ଦିରରେ ପ୍ରବେଣ କରିଛନ୍ତି । ସ୍ନାନଯାତ୍ରା ପୂର୍ବରୁ ତଥା ତ୍ରୟୋଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବାର ପରମ୍ପରା ରହିଛି । ଏହାସହିତ ଶ୍ରୀମନ୍ଦିରରେ ଆଜି ବାହୁଟ କଣ୍ଟ ନୀତି ଥିବା ବେଳେ ଆସନ୍ତକାଲି ହେବ ସେନାପଟା ବନ୍ଧା ନୀତି । ଏହାପରେ ଗୁରୁବାର ଅନୁଷ୍ଠିତ ହେବ ସ୍ନାନନୀତି ।
ସ୍ନାନଯାତ୍ରା ପୂର୍ବରୁ ବାହୁଟ ଓ ସେନାପଟା ଲାଗି କରିଥାନ୍ତି ଦଇତାପତି ସେବକ । ତାଙ୍କ ଶ୍ରୀଜିଉଙ୍କ ଅଙ୍ଗରକ୍ଷକ ବୋଲି ମଧ୍ୟ କୁହାଯାଇଥାଏ । ସ୍ନାନଯାତ୍ରାଠୁ ନେଇ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଅଭଙ୍ଗରକ୍ଷକ ଭାବେ ଦାୟିତ୍ୱ ବହନ କରିଥାନ୍ତି ଦଇତାପତି ସେବକ ।