ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଆମିଶ ପ୍ରିୟ ହୋଇଥାନ୍ତି । ସେଥିପାଇଁ ସେମାନେ କୌଣସି ଦିନ ବାରକୁ ଧ୍ୟାନ ନଦେଇ ଆମିଶ ଭୋଜନ କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ଯେଉଁମାନେ ମାଛ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ମାଛରେ ଅତ୍ୟଧିକ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ଥାଏ । ତା’ପରେ ମଧ୍ୟ ବର୍ଷାଦିନେ ମାଛ ଖାଇବା ଆପଣଙ୍କ ପାଇଁ ଭାରି ପଡିପାରେ । ତେବେ ଆସନ୍ତୁ ଜାଣିବା ବର୍ଷାଦିନରେ କାହିଁକି ମାଛ ଖାଇବା ଉଚିତ୍ ନୁହେଁ ।
– ଏହି ଋତୁ ମାଛ ଏବଂ ଅନ୍ୟ ଜୀବମାନଙ୍କର ପ୍ରଜନନର ମାସ । ପେଟରେ ଅଣ୍ଡା ଥିବା ମାଛ ଖାଇବା ଦ୍ୱାରା ସଂକ୍ରମଣ ବା ଫୁଡ୍ ପଏଜନିକ୍ ହେବାର ସମ୍ଭାବନା ଅଧିକ ରହିଥାଏ ।
– ବର୍ଷାଦିନେ ଜଳ ଅଧିକ ପ୍ରଦୂଷଣ ହୋଇଥାଏ । ଏହି ସମୟରେ ମାଛଙ୍କ ଶରୀରରେ ଅଳିଆ ଆବର୍ଜନା ଜମି ରହିଥାଏ । ଯାହାକୁ ପାଣିରେ ଧୋଇଲା ପରେ ବି ଠିକ୍ ଭାବରେ ସଫା ହୋଇନଥାଏ । ଏହି ମାଛ ଖାଇବା ଦ୍ୱାରା ଟାଇଫଏଡ୍, ପିଲିଆ ଏବଂ ଡାଏରିଆ ରୋଗ ହେବାର ଆଶଙ୍କା ଥାଏ ।
– ଏହି ଋତୁରେ ବହୁତ କମ୍ ତାଜା ମାଛ ବଜାରରେ ମିଳିଥାଏ । କାରଣ ନଦୀରେ ପାଣିର ମାତ୍ରା ଅଧିକ ଥିବାରୁ ମାଛଧରିବାକୁ ଜାଆନ୍ତି ନାହିଁ । ଫଳରେ ବଜାରରେ ଷ୍ଟକ୍ ରହିଥିବା ମାଛକୁ ବିକ୍ରି କରାଯାଇଥାଏ । ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ହୋଇଥାଏ ।
– ମାଛକୁ ବ୍ୟାକ୍ଟେିରିଆ ଏବଂ ଇଷ୍ଟ ରୁ ରକ୍ଷା କରିବା ପାଇଁ ସେଥିରେ ସଲଫାଟେସ୍ ଏବଂପେଲିଫୋସ୍ପାଟେସ୍ ଭଳି ପରୀରକ୍ଷଣଶୀଳ ପଦାର୍ଥ ବ୍ୟବହାର କରାଯାଇଥାଏ । ଏହି ମାଛ ଖାଇବା ପରେ ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ହୃଦରୋଗର ସମସ୍ୟା ହୋଇପାରେ ।