ପୁରୀ (ଏଟିଆର ବ୍ୟୁରୋ): ସରିଲା ଜନ୍ମବେଦୀର ମହାପ୍ରଭୁଙ୍କ ସମସ୍ତ ଲୀଳାଖେଳା । ଆଜି ରସଗୋଲା ନେଇ ନୀଳକନ୍ଦର ବିଜେ କରିବେ ମହାବାହୁ । ପରମ୍ପରା ମୁତାବକ, ମା ଲକ୍ଷ୍ମୀ ସାଆନ୍ତାଣିକୁ ରସଗୋଲା ଦେଇ ମାନଭଂଜନ କରିବେ କାଳିଆ ସାଆନ୍ତ ।
ଶ୍ରୀମନ୍ଦିରରେ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ଏକାକି ଛାଡି ଭାଇ ଓ ଭଉଣୀକୁ ନେଇ ନବଦିନାତ୍ମକ ଘୋଷଯାତ୍ରା ବାହାରି ଯାଇଥିଲେ କାଳିଆ ସାଆନ୍ତ। ସେଥିପାଇଁ ଅଭିମାନ କରିଛନ୍ତି ମା ସାଆନ୍ତାଣି । ଆଜି ରସଗୋଲା ନେଇ ମା ସାଆନ୍ତାଣିଙ୍କ ମାନଭଂଜନ କରିବେ କାଳିଆ ସାଆନ୍ତ ।
କିମ୍ବଦନ୍ତୀ ଅନୁଯାୟୀ ଭିତରଚ୍ଛା ସେବକ ମାନଙ୍କ ଦ୍ୱାରା ଏହି ନୀତି ଅନୁଷ୍ଠିତ ହୋଇଥାଏ । ନୀଳାଦ୍ରି ବିଜେରେ ରସଗୋଲା ଭୋଗ ହେଉଥିବାରୁ ଏହିଦିନଟିକୁ ଓଡିଶାରେ ରସଗୋଲା ଦିବସ ଭାବେ
ପାଳନ କରାଯାଉଛି ।